୮ ବର୍ଷ ଶିଶୁର ହାତ, ଗୋଡ଼ ଓ ଯୌନାଙ୍ଗ ଜାଳିଦେଲା ବାପାର ଗାର୍ଲଫ୍ରେଣ୍ଡ

ସଂସ୍କାର : ବାପାଙ୍କ ଗାର୍ଲଫ୍ରେଣ୍ଡର ଅତ୍ୟାଚାର। ଅତ୍ୟାଚାରର ଶିକାର ହେଲେ ୮ ବର୍ଷର ଶିଶୁ। ବାପାଙ୍କ ଗର୍ଲଫ୍ରେଣ୍ଡ ପିଲାଙ୍କୁ ହଇରାଣ କରିବାର ମାମଲା ସାମ୍ନାକୁ ଆସିଛି। ତାମିଲନାଡୁର ଭେଲୋରରୁ ଆସିଛି ଏହି ଆଶ୍ଚର୍ଯ୍ୟଜନକ ଖବର। ଯେଉଁଠାରେ ଜଣେ ମହିଳା ନିଜ ପ୍ରେମିକର ୮ ବର୍ଷର ଶିଶୁକୁ ଅକଥନୀୟ ନିର୍ଯାତନା ଦେଇଛି। ଶିଶୁର ହାତ, ପାଦ, ପିଠି ଏବଂ ସମ୍ବେଦନଶୀଳ ଅଙ୍ଗ ନିକଟରେ ପୋଡା ଚିହ୍ନ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ୩୫ ବର୍ଷୀୟ ସେତୁ, ଇଶ୍ୱରୀ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ଗୋଟିଏ ପିଲାକୁ ୮ ବର୍ଷ ଏବଂ ଅନ୍ୟଟିକୁ ୧୦ ବର୍ଷ ବୟସ ହେବ। ତେବେ ଚାରିମାସ ପୂର୍ବେ ଇଶ୍ୱରୀ ଆତ୍ମହତ୍ୟା କରିଥିଲେ, ଏହା ପରେ ସେତୁ ପଡୋଶୀ ବେନି ନାମ୍ନୀ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିବା ଆରମ୍ଭ କରିଥିଲେ। କିନ୍ତୁ ପ୍ରେମିକା ଜଣକ ପ୍ରେମିକର ପିଲାମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନ ଦେଉଥିଲେ।

ତେବେ ମଙ୍ଗଳବାର ଜଣେ ୮ ବର୍ଷର ବାଳକ ଦୌଡ଼ି ଦୌଡ଼ି ତାର ମାଉସୀ ଘରେ ପହଞ୍ଚିଥିଲା। ପିଲାଟି ହଠାତ୍ ଦେଖି ତାଙ୍କ ମାଉସୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ପିଲାଟିର ପିଠି ଏବଂ ଯୌନାଙ୍ଗ ନିକଟରେ ଜଳିବାର ଚିହ୍ନ ଦେଖି ସେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ। ମହିଳା ଜଣକ ଶିଶୁ ସହିତ ଗୁଡିୟାଥମ୍ ପୋଲିସ୍ ଷ୍ଟେସନରେ ପହଞ୍ଚି ଏ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଶିଶୁର ବୟାନ ଆଧାରରେ ପୋଲିସ ଏକ ଅଭିଯୋଗ ଦାଖଲ କରିଥିଲା ଓ ପରବର୍ତ୍ତୀ ସମୟରେ ସେହି ବାପାର ପ୍ରେମିକାକୁ ଗିରଫ କରିଛି ପୋଲିସ୍।

Leave a Reply

Your email address will not be published. Required fields are marked *