ସଂସ୍କାର : ଜଣେ ନିରୀହ ଯୁବକଙ୍କୁ ସ୍ଥାନୀୟ ଲୋକେ ଏଭଳି ହତ୍ୟା କରିଛନ୍ତି, ଯାହାକୁ ପଢିଲେ ଆପଣ ବି ବହୁତ ନିନ୍ଦା କରିବେ। ମଧ୍ୟପ୍ରଦେଶର ନିମଚରେ ଏକ ଏମିତି ଘଟଣା ଘଟିଛି ଯାହାକି ମାନବିକତା ପ୍ରତି ବହୁତ ନିନ୍ଦନୀୟ। ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କେବଳ ଯେ ମାଡ଼ ମରା ଯାଇଛି , ତା ନୁହେଁ ଏହା ସହ ପିକ୍ଅପ୍ ରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନିଆଯାଇଛି । ଏତେ ଯନ୍ତ୍ରଣା ସହ୍ୟ ନ କରିପାରି ଯୁବକ ଜଣକ ଶେଷରେ ପ୍ରାଣତ୍ୟାଗ କରିଛନ୍ତି।
ତେବେ ପୋଲିସ୍ ଉକ୍ତ ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଯୁବକଙ୍କ ସହ ଏହି ବର୍ବରତା କାଣ୍ଡ ଘଟାଇବା ସହିତ ଏକ ଭିଡ଼ିଓ ମଧ୍ୟ ତିଆରି କରିଥିଲେ। ଆଉ ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଭିଡ଼ିଓ ଦେଖି ସାରିବା ପରେ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଅଭିଯୁକ୍ତମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଦାବି କରୁଛନ୍ତି।
ଅନ୍ୟପଟେ ପୁଲିସ୍ ଏହି ମାମଲାରେ ୮ଜଣ ଲୋକଙ୍କୁ ଚିହ୍ନଟ କରିଥିବା ବେଳେ, ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ୍ ସୁତ୍ରରୁ ଜଣାପଡିଛି। ଏହି ସବୁ ଲୋକଙ୍କ ନାଁରେ ହତ୍ୟା ଓ ଆଟ୍ରୋସିଟି ଆକ୍ଟର ମାମଲା ରୁଜୁ କରାଯାଇଛି।