ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଲା ଆଉ ଏକ ବଡ ଝଟକା ଏହି ଷ୍ଟାର ଅଲରାଉଣ୍ଡର ହେଲେ କରୋନା ପଜିଟିଭ୍

Anather Big blow for Delhi Capitals Axar Patel tests positive for COVID-19

ନୂଆଦିଲ୍ଲୀ : ଦେଶରେ କରୋନାଭାଇରସ୍ କାରଣରୁ ପରିସ୍ଥିତି ପୁଣି ଥରେ ଅନିୟନ୍ତ୍ରିତ ହୋଇପଡିଛି। ଭାରତରେ ପ୍ରତିଦିନ ହଜାର ହଜାର ନୂତନ ରୋଗୀ ଆସୁଛନ୍ତି। ସାଧାରଣ ମଣିଷଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହି ମହାମାରୀର ଶିକାର ହେଉଛନ୍ତି, ପୂର୍ବରୁ ମଧ୍ୟ ଏଭଳି ଅନେକ ନେତା, ଅଭିନେତାଙ୍କ ବ୍ୟତୀତ ଅନେକ ଖେଳାଳି ମଧ୍ୟ ସଂକ୍ରମିତ ହୋଇଥିଲେ। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ମହାମାରୀର ଶିକାର ହୋଇଛନ୍ତି। ବର୍ତ୍ତମାନ ଏହି ଭାଇରସର ଶିକାର ହୋଇଥିବା କ୍ରିକେଟରଙ୍କ ନାମ ଅକ୍ସର ପଟେଲ।

ଅକ୍ସର ପଟେଲ କରୋନା ସଂକ୍ରମିତ ହେବା କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ର ବଡ ଖେଳାଳି କରୋନା ସଂକ୍ରମଣ ଜଣ ପଡିଛନ୍ତି ଏବଂ ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲର ନିୟମିତ ଅଧିନାୟକ ଶ୍ରେୟାସ ଆୟର ଆହତ କାରଣରୁ ଆଇପିଏଲରୁ ବାଦ ପଡିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ସୂତ୍ରରୁ ପ୍ରକାଶ ଯେ ଦୁର୍ଭାଗ୍ୟବଶତ ଅକ୍ସର ପଜିଟିଭ ବୋଲି ଜଣାପଡିଛନ୍ତି। ସେ ବର୍ତ୍ତମାନ କ୍ୱାରାଣ୍ଟିନ୍ ରେ ଅଛନ୍ତି ଏବଂ ସମସ୍ତ ପ୍ରୋଟୋକଲ ଅନୁସରଣ କରୁଛନ୍ତି। ଏହାପୂର୍ବରୁ ମାର୍ଚ୍ଚ 30 ରେ ଟ୍ୱିଟରରେ ଏକ ଭିଡିଓ ସେୟାର କରାଯାଇଥିଲା। ଏହି ଭିଡିଓରେ ଅକ୍ସର ଏକ ଶଯ୍ୟାରେ ଆରାମରେ ଶୋଇଥିବାର ନଜର ଆସିଥିଲେ କିନ୍ତୁ ପରେ ଜଣା ପଡିଥିଲା ଏ ଯେ ସେ କ୍ୱାରାଣ୍ଟିନ୍ ରେ ରହି ସମସ୍ତ ପ୍ରୋଟୋକଲ ଅନୁସରଣ କରୁଛନ୍ତି।

Leave a Reply

Your email address will not be published. Required fields are marked *