ପୁଣି ସାରଥୀ ଆଶ୍ରମ ଖୋଲିବା ପଛରେ କିଏ , ବିଭିନ୍ନ ମହଲରେ ହେଉଛି ବିରୋଧ..

ସଂସ୍କାର : ୭ ବର୍ଷ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛି ସାରଥୀ ତଥା ସନ୍ତୋଷ ରାଉଳଙ୍କ ଅନୁଗାମୀ। ଆତ୍ମ ଘୋଷୀତ ଭଗବାନ ସାରଥୀ ମହିଳାଙ୍କୁ ନିର୍ଯାତନା ଓ ଲୋକଙ୍କୁ ଲୁଟି ଗିରଫ ହେବା ପରେ କଥାଟି ନିଷ୍କ୍ରିୟ ହୋଇପଡିଥିଲା।

ହେଲେ ଏଥର ଜନ୍ମାଷ୍ଟମୀରେ ତାଙ୍କର କିଛି ଭକ୍ତମାନେ ପଶି ଆଶ୍ରମରେ ପୂଜାର୍ଚ୍ଚନା ଓ ସତସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଇନର ନିଷେଦ୍ଧ ଥିଲେ ମଧ୍ୟ ନ ମାନି ସେଠାରେ ପଶି ସାରଥୀଙ୍କ ଫଟୋକୁ ପୂଜା କରିଛନ୍ତି । ଯାହାଫଳରେ ଚର୍ଚ୍ଚାକୁ ଆସିଛନ୍ତି ସାରଥୀ।

ଯାହାଫଳରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାରଥୀ। ଏନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ୭ ବର୍ଷ ତଳେ ଯେଉଁ ନିଆଁ ଉଠିଥିଲା ସେ ନିଆଁ ଏବେ କୁହୁଳିଛି।ଯଦି ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତି ନିଆନଯାଏ ତେବେ ପରିସ୍ଥିତି ଭୟଙ୍କର ବୋଲି କହିଛନ୍ତି ସାରଥୀର ବିରୋଧି।

୨୦୧୫ ମସିହାରେ ଅଗଷ୍ଟ ୮ ତାରିଖରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଜଣେ ଛାତ୍ରୀଙ୍କୁ ପତ୍ନୀର ପରିଚୟ ଦେଇ ହୋଟେଲ ରହିବା ଖବର ପ୍ରଚାରିତ ହେବା ପରେ ୨୦୧୫ ଅଗଷ୍ଟ ୫ରୁ ସାରଥୀଙ୍କୁ ବିଭିନ୍ନ ମହଲରୁ ବିରୋଧ ଆରମ୍ଭ ହୋଇଯାଇଥିଲା । ଯାହାଫଳରେ ସାରା ରାଜ୍ୟରେ ନିଆଁ ଜଳିଥିଲା । ଯାହଫଳରେ କ୍ରାଇମବ୍ରାଂଚଙ୍କ ନିର୍ଦେଶରେ ସନ୍ତୋଷକୁ ବାରିମୂଳ ଆଶ୍ରମରୁ ଗିରଫ କରାଯାଇଥିଲା।

ଅନ୍ୟପଟେ ପ୍ରବର୍ତନ ନିର୍ଦେଶାଳୟ ଜବତ କରିଥିବା ସାରଥୀଙ୍କ ୨୫ ଗୋଟି ସ୍ଥାବର ଅସ୍ଥାବର ସମ୍ପତି ଉପରେ କଟକଣା ଲଗାଯାଇଛି । ତାଙ୍କ ଜମିରେ ଚାଷକାର୍ଯ୍ୟ ବାରଣ କରାଯାଇଛି । ଆଶ୍ରମରେ କେବଳ ତାଙ୍କ ମାଆ ଓ ଗୋସେବା ପାଇଁ ଦୁଇଜଣ ବ୍ୟକ୍ତିଙ୍କୁ ରହିବାକୁ କୋର୍ଟ ଅନୁମତି ଦେଇଛନ୍ତି।

କିନ୍ତୁ ଏବେ ଯେଉଁ ଅପଚେଷ୍ଟା ଚଳାଇ କେନ୍ଦ୍ରାପଡାବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହାକୁ ନିଷ୍ଫଳ କରାଯିବ । ଦରକାର ପଡିଲେ ସେମାନେ ଆଇନକୁ ହାତକୁ ନେବେ।

ବର୍ତମାନ ସାରଥୀଙ୍କୁ ସର୍ତମୂଳକ ଜାମିନ ମିଳିଛି । ୨୦୧୫ ମସିହାରୁ ଏଯାବତ ନିରବୀ ଯାଇଥିବା ଭକ୍ତଙ୍କ ବାରିମୂଳ ଆଶ୍ରମ ଭିତରକୁ ଏଭଳି ପ୍ରବେଶ ଜିଲ୍ଲାରେ ପୁନଃଆଇନ ଶୃଙ୍ଖଳା ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିବା ପାଇଁ ପ୍ରୋତ୍ସାହିତ କରୁଛି ବୋଲି ବରିଷ୍ଠ ସାମ୍ବାଦିକ ଅଭିଯୋଗ କରିଛନ୍ତି ।

କେତେକ ଅନୁଗାମୀ ପାଇଁ ପୁଣି ସରଳ ଧର୍ମ ବିଶ୍ୱାସୀ ଲୋକ ଭ୍ରଷ୍ଟାଚାରରେ ବଳି ପଡିବେ । ତେଣୁ ଏଥିପ୍ରତି ପ୍ରଶାସନ ସଚେତନ ରହିବା ଆବଶ୍ୟକ ବୋଲି କେନ୍ଦ୍ରାପଡାବାସୀ କହିଛନ୍ତି ।

Leave a Reply

Your email address will not be published. Required fields are marked *