ବଳି ସମୟରେ ଛେଳିର ବେକ କାଟିବା ବଦଳରେ କାଟିଦେଲେ ମଣିଷର ବେକ, ଆଉ ତାପରେ…

ସଂସ୍କାର : ଜାତୀୟ ଗଣମାଧ୍ୟମ ” ଇଣ୍ଡିଆନ ଏକ୍ସପ୍ରେସ ” ର ଏକ ରିପୋର୍ଟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ରିପୋର୍ଟରେ ଉଲେଖ୍ୟ ରହିଛି ଯେ, ଗୋଟିଏ ସ୍ଥାନରେ ବଳି କାର୍ଯ୍ୟକ୍ରମ ସମୟରେ ଜଣେ ଲୋକ ଅନ୍ୟଜଣେ ବ୍ୟକ୍ତିର ମୁଣ୍ଡଗଣ୍ଡି ଅଲଗା କରିଦେଇଛି। ଏହି ଆଶ୍ଚର୍ଯ୍ୟଜନକ ଘଟଣା ବର୍ତ୍ତମାନ ଜାତୀୟ ଗଣମାଧ୍ୟମ ସମେତ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୋଟିଏ ଛେଳିକୁ ବଳି ଭାବରେ ହତ୍ୟା କରିବାକୁ ଯାଇ ଜଣେ ବ୍ୟକ୍ତି ଅନ୍ୟଜଣେ ଲୋକଙ୍କର ବେକକୁ କାଟି ଦେଇଥିବା ଜଣାପଡିଛି। ତେବେ ଏହି ଅଭାବନୀୟ ଘଟଣା ଆମର ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଚିତ୍ତୋର ଠାରେ ଘଟିଛି। ଏଠାରେ ଜଣେ ବ୍ୟକ୍ତି ଛେଳି ବଦଳରେ ଅନ୍ୟ ଜଣଙ୍କର ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି। ଗତ ରବିବାର ଦିନ ସଙ୍କ୍ରାନ୍ତି ଉତ୍ସବରେ ଏହି ଘଟଣା ଘଟିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଛେଳିକୁ ବଳି ଭାବରେ କାଟିବାକୁ ଧରିଥିବା ଜଣେ ଯୁବକ ମଦ ନିଶାରେ ଅନ୍ୟ ଜଣେ ବ୍ୟକ୍ତି ଯିଏକି ଛେଳିକୁ ଧରିଥିଲେ , ତାଙ୍କର ବେକକୁ କାଟି ଦେଇଛନ୍ତି ଏହି ମଦୁଆ ଯୁବକ। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ, ବେକ କାଟିବା ଫଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଆଉ ପୋଲିସ୍ ହତ୍ୟାକାରୀ ଯୁବକକୁ ଗିରଫ କରିଛି ବୋଲି ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *