ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପାଇଁ ଏହି ଅଭିନେତା ଅଭିନୟ ବୃତ୍ତି ଛାଡ଼ି ଦେବାକୁ ନେଇଯାଇଥିଲେ ନିଷ୍ପତ୍ତି : ପଢନ୍ତୁ ପୁରା ଖବର

ଅଭିନେତା ସୁଶାନ୍ତ ସିଂ ରାଜପୁତ ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଖ୍ୟାତି ବଢାଇବା ପୂର୍ବରୁ ଦିନେ ଟେଲି-ସିରିଆଲ କରୁଥିଲେ । ତାଙ୍କ ଆତ୍ମହତ୍ୟା ଖବର କେବଳ ତାଙ୍କ ପରିବାର ତଥା ପ୍ରଶଂସକଙ୍କ ପାଇଁ ଶକ୍ତ ଧକ୍କା ନଥିଲା ବରଂ ଅନେକ କଳାକାରଙ୍କ ପାଇଁ ବି ଥିଲା ଏହା ଦୁଃଖଦ ଖବର । ସୁଶାନ୍ତଙ୍କ ମୃତ୍ୟୁକୁ ଏଯାବତ୍ ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ଏମିତି କେତେକ ଅନେକ କଳାକାର ଅଛନ୍ତି ଯେଉଁମାନେ ଏ ଘଟଣାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ।

ତେବେ ନିକଟରେ ଅଭିନେତା ଅଙ୍ଗଦ ହାସିଜା କହିଛନ୍ତି ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣି ସେ ଏହି ଅଭିନୟ ବୃତ୍ତିକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ସୁଶାନ୍ତ ଟେଲିଭିଜନରୁ ନିଜର କ୍ୟାରିୟର ଆରମ୍ଭ କରି ହିନ୍ଦୀ ଚଳଚିତ୍ର ଯାଏଁ କରିଥିବା ଯାତ୍ରା ସତରେ ପ୍ରେରଣାପୂର୍ଣ୍ଣ । ହେଲେ ଅଚାନକ ଏପରି ତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ବହୁତ ଭାଙ୍ଗି ପଡ଼ିଥିଲି ଏବଂ ଏ ଅଭିନୟ ଇଣ୍ଡଷ୍ଟ୍ରି ଛାଡ଼ିବାକୁ ସ୍ଥିର କରି ଦେଇଥିଲି ।

ଅଙ୍ଗଦ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଜାଣିଲି ସୁଶାନ୍ତ ଡିପ୍ରେସନରେ ଥିଲେ ଏବଂ ଏଥିପାଇଁ ସେ ଔଷଧ ଖାଉଥିଲେ, ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଏସବୁ କଥା ମୋତେ ଆଦୌ ବିଶ୍ୱାସ ହେଉ ନଥିଲା । ଯଦି ଏପରି ଜଣେ ଦକ୍ଷ କଳାକାର ଇଣ୍ଡଷ୍ଟ୍ରି ଯୋଗୁଁ ଏତେ କଷ୍ଟ ପାଇଛନ୍ତି, ତେବେ ମୋର ବଲିଉଡରେ ପର୍ଯ୍ୟନ୍ତ ପହଞ୍ଚିବା ଏତେ ସହଜ ନୁହେଁ ବୋଲି ମୁଁ ଅନୁଭବ କଲି । ମୁଁ ବହୁତ ଡରି ଯାଇଥିଲି ଓ ଚିନ୍ତାରେ ପଡ଼ି ଯାଇଥିଲି । ମୋତେ ସ୍ୱାଭାବିକ ହେବାକୁ ବି ଅନେକ ଦିନ ଲାଗିଗଲା ।

Leave a Reply

Your email address will not be published. Required fields are marked *