ସଂସ୍କାର : ଆମ ରାଜ୍ୟ ସରକାର ଆଉ କେନ୍ଦ୍ରସରକାର ମିଶି ଅଙ୍ଗନବାଡ଼ି ଦିଦିମାନଙ୍କ ପାଇଁ ବହୁତ ଯୋଜନା ଆଣିଥାନ୍ତି। ସେମାନଙ୍କୁ ଉତ୍ତମ ଦରମା ଆଉ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ବି ତାଲିମ ଦେଇଥାନ୍ତି। ଏମାନଙ୍କୁ ଦରମା ଆଉ ତାଲିମ ଦେବା ପାଇଁ ଅନେକ ଟଙ୍କା ପାଣି ଭଳିଆ ସାରିଥାନ୍ତି ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାର। କାରଣ ଏମାନଙ୍କ ହାତରେ ରହିଥାଏ ଗୋଟିଏ ଶିଶୁର ପ୍ରାରମ୍ଭିକ ଭବିଷ୍ୟତର ଅଧ୍ୟୟନ।
ଏମିତିକି ଅଙ୍ଗନବାଡି ଦିଦି ମାନେ, କୋମଳ ମତି ଶିଶୁଙ୍କର ଲାଳନ ପାଳନ ବି କରିଥାନ୍ତି। ଆଉ ଯେଉଁଥି ପାଇଁ ସେମାନଙ୍କୁ ଭଲ ଦରମା ବି ଦିଆଯାଇଥାଏ। କିନ୍ତୁ ବର୍ତ୍ତମାନ ଏକ ଭିଡ଼ିଓ ଆଉ କିଛିଟା ଫୋଟ ସୋସିଆଲ ମିଡ଼ିଆରେ ଘୁରୁବୁଲୁଛି। ଏହି ଭିଡ଼ିଓ ଆଉ ଫୋଟରେ ନିଜର ସୀମା ଲଂଘିଛନ୍ତି ଜଣେ ଅଙ୍ଗନବାଡି ଦିଦି । ଦିଦିଙ୍କ ପରକୀୟା ପ୍ରୀତିର ଭିଡିଓ ଏବଂ ଫଟୋ ଭାଇରାଲ ହୋଇଛି। ଯାହାକୁ ଦେଖିବା ପରେ ଅନେକ ଲୋକ ନିଜର ମତାମତ ରଖିଛନ୍ତି। ତେବେ ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଅନ୍ତର୍ଗତ ଦେଉଳିପଡା ଅଙ୍ଗନବାଡି କେନ୍ଦ୍ରରେ। କେନ୍ଦ୍ରରେ ସହାୟିକା ଭାବରେ କାମ କରୁଥିବା ଜଣେ ମହିଳା ନିଜ ଠାରୁ କମ ବୟସର ଯୁବକଙ୍କା ସହିତ ଶାରୀରିକ ସମ୍ବନ୍ଧ ରଖି ତାର ଭିଡ଼ିଓ ଆଉ ଫୋଟ ଉତ୍ତୋଳନ କରି ତାକୁ ଭାଇରାଲ କରିଛନ୍ତି।
ତେବେ ଚାରି କାନ୍ଥ ମଧ୍ୟରେ ସୀମିତ ରହିବା ଭଳି ସମ୍ବନ୍ଧ ବର୍ତ୍ତମାନ ସମସ୍ତ ସୀମା ଅତିକ୍ରମ କରିଯାଇଛି। ଉଭୟ ଯୁବକ ଆଉ ଦିଦି ଅସଞ୍ଜତ ଓ ନଗ୍ନ ଅବସ୍ଥାରେ ରହି ଫଟୋ ଓ ଭିଡିଓ ଉତ୍ତୋଳନ କରିଛନ୍ତି। ଆଉ ଯାହା ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ଫଟୋ ଗୁଡିକ ଭାଇରାଲ କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହି ଫଟୋଟି ଭାଇରାଲ ହେବା ପରେ ଦିଦି ଜଣଙ୍କ ପିଲାଙ୍କୁ କଣ ପଢାଇବେ ଏହାକୁ ନେଇ ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଦେଖନ୍ତୁ ଭିଡ଼ିଓ :