ସଂସ୍କାର : ଦିନକୁ ଦିନ ହାତୀଙ୍କ ଉପଦ୍ରବ୍ୟ ବଢିବାରେ ଲାଗିଛି। ଚାଷୀମାନଙ୍କୁ ଦନ୍ତା ହାତୀ ମାନେ ଗୋଡ଼ାଇ ଗୋଡ଼ାଇ ହତାଶ କରୁଛନ୍ତି। ଏମିତି ଚାଲିଛି ପ୍ରାୟ କିଛି ବର୍ଷ ହେବ । କିନ୍ତୁ ଏ ଦିଗରେ ବନବିଭାଗ କଣ କରୁଛି । କିଛି ସଚେତନ ହୋଇଛି କି ନାହିଁ? ତେବେ ବର୍ତ୍ତମାନ ହାତୀ ଉପଦ୍ରଵକୁ ନେଇ ଏକ ଆଖିଥରା ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ । ଅନୁଗୁଳ ଜିଲ୍ଲାର ଖଣ୍ଡପା ବନାଂଚଳରେ ଦିନକୁ ଦିନ ହାତୀ ଉପଦ୍ରବ୍ୟ ବଢିବାରେ ଲାଗିଛି। ତେବେ ହାତୀମାନେ ଜଙ୍ଗଲ ପାଖକୁ ଲାଗିଥିବା ଘର ଓ ଚାଷଜମିକୁ ନଷ୍ଟ କରିଦେଉଛନ୍ତି ।
ଏଭଳି ସମସ୍ୟା ଦୀର୍ଘବର୍ଷ ହେବ ଲାଗିରହିଛି ଅନୁଗୁଳ ଜିଲ୍ଲାରେ । ଏହି ଭିଡିଓଟି ହେଉଛି ଅନୁଗୁଳର ପ୍ରତାପପୁର ଗାଁର। ବାରମ୍ବାର ହାତୀ ଆସି ଚାଷଜମିକୁ ନଷ୍ଟ କରୁଥିବାରୁ ଗାଁ ଲୋକେମାନେ ନିଆଁ ଲଗାଇ ହାତୀକୁ ଘଉଡାଉ ଥିଲେ । ସେହି ସମୟରେ ଜଣେ ଚାଷୀ ଗୋଟେ ଦନ୍ତା ହାତୀର ନିକଟତର ହୋଇଥିଲା । ହାତୀ ସେ ଲୋକକୁ ମାରିବା ପାଇଁ ଗୋଡାଉଥିଲା , ମାତ୍ର ଅଳ୍ପକେ ବର୍ତିଯାଇଥିଲେ ଚାଷୀ । କିନ୍ତୁ ବାରମ୍ବାର ଏ ସବୁ ହେଉଥିଲେ ମଧ୍ୟ ଏ ଦିଗରେ ବନବିଭାଗ କୌଣସି ପଦକ୍ଷେପ ନେଉନାହିଁ କାହିଁକି ବୋଲି ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି ।