ରାଜ୍ୟରେ ନିଯୁକ୍ତ ହେବେ ଆଉ ୭୫୪୦ ଜଣ ଶିକ୍ଷକ, ଡିସେମ୍ବର ୧୧ରୁ ନିଯୁକ୍ତି ପାଇଁ ଆରମ୍ଭ ହେବ ଅନଲାଇନ ପ୍ରକ୍ରିୟା

ସଂସ୍କାର : ରାଜ୍ୟରେ ନିଯୁକ୍ତ ହେବେ ଆଉ ୭୫୪୦ଶିକ୍ଷକ।ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । OSSC ଓ୍ୱେବସାଇଟରେ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞାପନ ପ୍ରକାଶ ପାଇଛି। ଡିସେମ୍ବର ୧୧ରୁ ଜାନୁଆରୀ ୯ ପର୍ଯ୍ୟନ୍ତ ଆବେଦନ କରିପାରିବେ ଆଶାୟୀ । ଅନଲାଇନ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଫେବ୍ରୁଆରୀ ୨୩ରେ ହୋଇପାରେ ପ୍ରିଲିମନାରୀ ପରୀକ୍ଷା ।

ଇଂରାଜୀ ଓ ଓଡ଼ିଆରେ ପ୍ରିଲିମ ଓ ମେନ୍ ପରୀକ୍ଷା ହେବ। ଟିଜିଟି ଆର୍ଟସ-୧୯୭୦, ଟିଜିଟି ସାଇନ୍ସ- ୧୪୧୯ (ପିସିଏମ୍) ପୋଷ୍ଟ ବାହାରିଥିବାବେଳେ ଟିଜିଟି ସାଇନ୍ସରେ ୧୨୦୫, ହିନ୍ଦୀ ଶିକ୍ଷକ-୧୩୫୨ ପଦବୀରେ ନିଯୁକ୍ତି ହେବ।ସେହିପରି ୭୨୩ ସଂସ୍କୃତ ଶିକ୍ଷକ, ୮୪୧ ପିଇଟି, ୨୪ ଉର୍ଦ୍ଦୁ ଓ ୬ଜଣ ତେଲୁଗୁ ଶିକ୍ଷକ ନିଯୁକ୍ତି ପାଇବେ। ସରକାରୀ ହାଇସ୍କୁଲ୍‌ରେ ୭୫୪୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ନେଇ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍ କମିସନ୍‌ଙ୍କୁ ଅନୁରୋଧ କରାଯାଇଥିଲା।

ଏହି ନିଯୁକ୍ତି ପ୍ରକ୍ରିୟା ଶେଷହେଲେ ରାଜ୍ୟର ସମସ୍ତ ୪୮୪୮ ସରକାରୀ ହାଇସ୍କୁଲ୍‌ର ସବୁ ଶିକ୍ଷକ ପଦବି ପୂରଣ ହୋଇପାରିବ। ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ବିଭିନ୍ନ ବିଷୟରେ ଖାଲିଥିବା ଶିକ୍ଷକ ପଦବି ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାପରେ ସରକାରୀ ସ୍ତରରେ ଏହି ତତ୍ପରତା ପ୍ରକାଶ ପାଇଥିଲା।

ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବି ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ। ୨୦୨୧-୨୨ ବର୍ଷରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଅଧିକ ଶିକ୍ଷକ ପଦବି ପୂରଣ କରାଯାଇ ବିଭିନ୍ନ ସରକାରୀ ବିଦ୍ୟାଳୟରେ ନିଯୁକ୍ତ କରାଯାଇଥିଲା।

Leave a Reply

Your email address will not be published. Required fields are marked *