ସଂସ୍କାର: କରୋନା ଭାଇରସର ସଙ୍କଟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଅନ୍ୟପଟେ ବିଶ୍ୱ ପାଇଁ ଅନ୍ୟ ଏକ ମହାମାରୀ ଆସୁଛି। ଏମିତି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ସେ ଚେତାବନୀ ଦେଇଛନ୍ତି ଯେ ଖୁବ୍ ଶୀଘ୍ର କରୋନା ପରି ଆଉ ଏକ ମହାମାରୀ ଦୁନିଆକୁ ଆସୁଛି। ଆଉ ସାବଧାନ ଏବଂ ସଚେତନତା ଅବଲମ୍ବନ କରିବାକୁ ବିଲ୍ ଗେଟ୍ସ କହିଛନ୍ତି। ତେବ ଗେଟ୍ସଙ୍କ ଏହି ଚେତାବନୀ ଲୋକଙ୍କ ଟେନସନକୁ ବଢ଼ାଇ ଦେଇଛି। ବିଲ୍ ଗେଟ୍ସ କହିଛନ୍ତି ଯେ COVID-19 ର ଅସୁସ୍ଥ ହେବାର ଆଶଙ୍କା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି। ଯାହା ଏକ ଭଲ ଖବର। କିନ୍ତୁ ଏପରି ହେବା ପଛରେ ଏକ କାରଣ ରହିଛି।ଆଉ ସେୟା ହେଲା ଲୋକମାନେ ଏହି ଜୀବାଣୁ ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କାର୍ଯ୍ୟ କରୁଛନ୍ତି।
ଆମେରିକୀୟ ଗଣମାଧ୍ୟମ CNBC କୁ ଦେଇଥିବା ଏକ ସାକ୍ଷାତକାରରେ ବିଲ୍ ଗେଟ୍ସ କହିଛନ୍ତି ଯେ ଭବିଷ୍ୟତରେ ମହାମାରୀ କରୋନାଭାଇରସ୍ ପରିବାରର ଏକ ଅଂଶ ହୋଇପାରେ। ଏହା ଖୁବଶୀଘ୍ର ଲୋକଙ୍କୁ କାବୁ କରିବ। ଆଉ ପୁଣି ଥରେ କରୋନା ଠାରୁ ଅଧିକ ଭୟଭୀତ ହେବେ ଲୋକେ। ଅନ୍ୟପଟେ ସେ ଆଶା ପ୍ରକଟ କରି କହିଛନ୍ତି ଯେ, ମେଡିକାଲ ଟେକ୍ନୋଲୋଜିର ବିକାଶର ସାହାଯ୍ୟରେ ବିଶ୍ୱ ଏହାକୁ ଏକ ଭଲ ଉପାୟରେ ମୁକାବିଲା କରିପାରିବ। ଗେଟ୍ସ ଏହା ମଧ୍ୟ କହିଛନ୍ତି ଯେ ଏଥିପାଇଁ ଆମକୁ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡିବ।
ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ଆହୁରି କହିଛନ୍ତି ଯେ ଗତ ଦୁଇ ବର୍ଷ ହେବ କରୋନା ଭାଇରାସ୍ ଆମକୁ ଭୟଭୀତ କରାଇଛି। ତେବେ ଏହାର ଖରାପ ପ୍ରଭାବ ବର୍ତ୍ତମାନ ହ୍ରାସ ପାଉଛି। ବିଶ୍ୱ ଜନସଂଖ୍ୟାର କିଛି ସ୍ତରର ପ୍ରତିରୋଧକ ଶକ୍ତି ସୃଷ୍ଟି ହେବା କାରଣରୁ ଏହା ଘଟୁଛି। ତେଣୁ ଆମକୁ ସଚେତନ ହୋଇ ରହିବାକୁ ପଡିବ। କାରଣ କରୋନା ଭଳି ଆଉ ଏକ ଭାଇରସ୍ ଯେତେବେଳେ ବି ଆମ ନିକଟକୁ ଆସିପାରେ।