କଳ୍ପନା ଚାୱଲାଙ୍କ ପରି ମହାକାଶକୁ ଯିବେ ଆଉ ଜଣେ ଭାରତୀୟ ମହିଳା, ଜାଣନ୍ତୁ କିଏ ସେ ମହିଳା ଏବଂ କଣ ରହିଛି ଉଦେଶ୍ୟ


ସଂସ୍କାର ବ୍ୟୁରୋ (୧୧/୦୭) :- ଆଜି ଅର୍ଥାତ୍ ୧୧ ଜୁଲାଇ ୨୦୨୧ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଯିବେ ମହାକାଶ । ଭାରତୀୟ ବଂଶୋଦ୍ଭବ ତଥା ଏରୋନେଟିକାଲ୍ ଇଞ୍ଜିନିୟର ସିରିଶା ବୃନ୍ଦଲା ଆଜି ମହାକାଶ ଅଭିମୁଖେ ଯାତ୍ରା କରିବେ । କଳ୍ପନା ଚାୱଲା ଓ ସୁନିତା ୱିଲିୟମ୍ସଙ୍କ ସିରିଶା ବୃନ୍ଦଲା ହେଉଛନ୍ତି ତୃତୀୟ ମହିଳା ମହାକାଶଚାରୀ ଯିଏକି ମହାକାଶ ଅଭିମୁଖେ ଯାତ୍ରା କରିବେ। ଶିରିସା ବନ୍ଦଲା ଆଜି ମେକ୍ସିକୋରୁ ମହାକାଶ ଯାତ୍ରା କରିବେ ।

ରିଚାର୍ଡ ବ୍ରାନସନଙ୍କ କମ୍ପାନୀ ଭର୍ଜିନ ଗାଲାକଟିକ ପକ୍ଷରୁ ତାଙ୍କୁ ଚୟନ କରାଯାଇଛି । ୩୪ ବର୍ଷିୟ ଶିରିସା ତାଙ୍କ ଦଳର ୫ ଜଣ ସହକର୍ମୀଙ୍କ ସହ ମହାକାଶ ଯାତ୍ରା କରିବେ । ମହାକାଶକୁ ଯିବାକୁ ଥିବା ଏହି ଟିମର ନାମ ‘ୟୁନିଟ-୨୨’ ରଖା ଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟିମରେ ଭର୍ଜିନ ଗାଲାକଟିକ କମ୍ପାନୀର ଅଧ୍ୟକ୍ଷ ରିଚାର୍ଡ ବ୍ରାନସନ ନିଜେ ମଧ୍ୟ ସାମିଲ ଅଛନ୍ତି ।

ତେବେ ସିରିଶା ଭାରତର ଆନ୍ଧ୍ରପ୍ରଦେଶ ରାଜ୍ୟର ଗୁଣ୍ଟୁର ଜିଲ୍ଲାରେ ଜନ୍ମଗ୍ରହଣ କରିଛନ୍ତି। ସିରିଶାଙ୍କୁ ବର୍ତ୍ତମାନ ୩୪ ବର୍ଷ ବୟସ ହୋଇଛି | ତାଙ୍କର ପିଲାଦିନ ଆମେରିକାର ଟେକ୍ସାସ୍, ହ୍ୟୁଷ୍ଟନ୍ରେ ଅତିବାହିତ ହୋଇଥିଲା | ସେ ଭର୍ଜିନ ଗାଲାକ୍ଟିକ୍ କମ୍ପାନୀର ବିଲିୟନେୟାର ପ୍ରତିଷ୍ଠାତା ସାର୍ ରିଚାର୍ଡ ବ୍ରାନସନ୍ ଏବଂ ଅନ୍ୟ ପାଞ୍ଚଜଣ ସହକର୍ମୀଙ୍କ ସହ ନ୍ୟୁ ମେକ୍ସିକୋର ଭର୍ଜିନ୍ ଗାଲାକ୍ଟିକ୍ ସ୍ପେସଶିପ୍‌ରେ ଆଜି ମହାକାଶକୁ ଯିବେ।

Leave a Reply

Your email address will not be published. Required fields are marked *