ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟଙ୍କ ପାଇଁ ଆଉ ଏକ ସୁଯୋଗ, ଏମିତି କରି ପାରିବେ ଅନଲାଇନ ଆବେଦନ

ମାଟ୍ରିକ ପରୀକ୍ଷା ଫଳରେ ସନ୍ତୁଷ୍ଟ ନଥିଲେ ଅଫଲାଇନ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ।

ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ଅଫଲାଇନରେ ହେବ ପରୀକ୍ଷା। ତେବେ ଏଥିପାଇଁ ଇଛୁକ ଛାତ୍ରଛାତ୍ରୀ www.bseodisha.ac.in ୱେବସାଇଟରେ ଥିବା ଲିଙ୍କ ଜରିଆରେ ଅନଲାଇନରେ ଆବେଦନ କରିପାରିବେ।

ଛାତ୍ରଛାତ୍ରୀ ମାନେ କେବଳ ପଢା ଯାଇଥିବା ୭୦ ପ୍ରତିଶତ ସିଲାବସ ଲାଗି ପରୀକ୍ଷା ଦେବେ, ବାକି ୩୦ ପ୍ରତିଶତ ପରୀକ୍ଷାରେ ଆସିବ ନାଇଁ।

ପରୀକ୍ଷା ଶେଷ ହେବାର ୧୫ ଦିନ ଭିତରେ ଫଳ ପ୍ରକାଶ କରାଯିବ ଏବଂ ଯୁକ୍ତ ଦୁଇ ନାମ ଲେଖାରେ ଏଇ ମାର୍କକୁ ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ସକାଳ ୧୦ଟା ରୁ ୧୨ଟା ଯାଏ ପରୀକ୍ଷା ଚାଲିବ, ୫୦ ମାର୍କ ଓଏମଆର ବେସଡ ଅବଜେକ୍ଟିଭ ପ୍ରଶ୍ନ ଆସିବ ଓ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ଆସିବ। ୮୦ ମାର୍କ ର ପରୀକ୍ଷା ଦେଲ ସୁଦ୍ଧା ୧୦୦ ମାର୍କରୁ ମୂଲ୍ୟାୟନ କରାଯିବ।

ତେବେ ଅଫଲାଇନ ପରୀକ୍ଷାରେ ପରୀକ୍ଷାର୍ଥୀ ଯେତିକି ମାର୍କ ପାଇବେ ତାହାହିଁ ଚୂଡାନ୍ତ ବୋଲି ବୋର୍ଡ ସ୍ପଷ୍ଟ କରିଛି।

Leave a Reply

Your email address will not be published. Required fields are marked *