ସଂସ୍କାର : ବର୍ତ୍ତମାନ କୋର୍ଟରେ ଚାଲିଛି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ କେସ୍। ଏହାରି ମଧ୍ୟରେ ଗତ ଅଗଷ୍ଟ ୭ ତାରିଖ ଦିନ ବର୍ଷାଙ୍କ ନିଜର ୩୭ ତମ ଜନ୍ମଦିନ ପାଳନ କରିଥିଲେ। ଆଉ ତାଙ୍କ ଜନ୍ମଦିନରେ ତାଙ୍କୁ ବିଭିନ୍ନ ମହଲରୁ ଅନେକ ଶୁଭେଚ୍ଛା ଓ ଆଶିଷ ମିଳିଥିଲା। ଆଉ ଏହି ଶୁଭେଚ୍ଛା ଦେବା ମାମଲାରେ ପଛଘୁଞ୍ଚା ଦେଇନାହାନ୍ତି ସ୍ୱାମୀ ଅନୁଭବ ମହାନ୍ତି। ତେବେ ଦୁହେଁ ପାରିବାରିକ ସମସ୍ୟାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଦୁହିଙ୍କ ମଧ୍ୟରେ ପୂର୍ବ ଭଳି ବନ୍ଧୁତା ରଖିବା ପାଇଁ ଅନୁଭବ ବର୍ଷାଙ୍କୁ ଟୁଇଟ କରି ନିବେଦନ କରିବା ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ତେବେ ଅନୁଭବ ଲେଖିଛନ୍ତି ଯେ, ‘ ବର୍ଷା ଆମେ ଦୁହେଁ ଭଲ ସ୍ୱାମୀ ଆଉ ସ୍ତ୍ରୀ ନ ହେଲେ କଣ ହେଲା। ଆମେ ସବୁବେଳେ ଭଲ ସାଙ୍ଗ ହୋଇ ରହିପାରିବା । ମୁଁ, ମୋ ପରିବାର ଓ ମୋ ପ୍ରସଂଶକ ତୁମକୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଜଣାଉଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ତୁମକୁ ଉତ୍ତମ ସ୍ୱାସ୍ଥ୍ୟ ସହ ଭଲରେ ରଖନ୍ତୁ।’