ପୁଣି ଏକ ଭିଡ଼ିଓ ଜାରି କଲେ ଅନୁଭବ , କହିଲେ ମିଶିବାର ପ୍ରଶ୍ନ ଉଠୁନି, ଦେଖନ୍ତୁ ଭିଡ଼ିଓ

ସଂସ୍କାର : ଦିନକୁ ଦିନ ଅନୁଭବ -ବର୍ଷା ପାରିବାରିକ ବିବାଦ ନୂଆ ମୋଡ଼ ନେଉଥିବାବେଳେ ଏତେ ବିବାଦୀୟ ପରିସ୍ଥିତି ମଧ୍ୟରେ ପୁଣିଥରେ ଭଙ୍ଗା ହୃଦୟ ପୁଣି କ’ଣ ଯୋଡ଼ି ହେବ କି ବୋଲି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦେଶ ପରେ ମୁହଁ ଖୋଲିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

ମିଥ୍ୟା ଖବର ଛାପୁଥିବା ଗଣମାଧ୍ୟମ ଉପରେ ବର୍ଷିଛନ୍ତି ସେ । ଆବଶ୍ୟକ ପଡ଼ିଲେ ଏନେଇ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇପାରନ୍ତି ବୋଲି ସେ ଚେତାଇ ଦେଇଛନ୍ତି । ସେହିଭଳି ଏକ ୟୁଟ୍ୟୁବ୍ ଚାନେଲରେ ପୋଷ୍ଟ କରାଯାଇଥିବା ଶୀର୍ଷକକୁ ନେଇ ମଧ୍ୟରେ ତୀବ୍ର୍ର ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ।

ସେ କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ମୁଁ ଚୁପ ରହିଛି । ଏହାର ଅର୍ଥ ନୁହେଁ ଯେ ପୁରୁଣା ସମ୍ପର୍କ ଯୋଡ଼ି ହୋଇଯିବ । ଏବେ ନୁହେଁକି କେବେ ନୁହେଁ । ପ୍ର୍ରଥମରୁ ସ୍ପଷ୍ଟ କରିଦେଇଛି । ଏ ସମ୍ପର୍କର କୌଣସି ଭବିଷ୍ୟତ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପତ୍ନୀ ବର୍ଷାକୁ ୩୦ ହଜାର ଟଙ୍କା ପଠାଇଥିଲେ ସାଂସଦ ଅନୁଭବ ମହାନ୍ତି ।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *