ଥମିବାରେ ନା ନେଉନି ଅନୁଭବ-ବର୍ଷା ବିବାଦ, ବର୍ତ୍ତମାନ ପୁଣି କୋର୍ଟକୁ ଗଲେ ଅନୁଭବ…

ସଂସ୍କାର : ପତ୍ନୀ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ମାମଲାର ତ୍ୱରିତ ଶୁଣାଣି କରିବାକୁ ଗୁହାରି କରିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । କଟକ ଫ୍ୟାମିଲି କୋର୍ଟରେ ସାକ୍ଷ୍ୟ ଗ୍ରହଣ ପାଇଁ ଉପସ୍ଥିତ ହୋଇ ସେ କୋର୍ଟଙ୍କୁ ଏହା କହିଛନ୍ତି ।

ଅନ୍ୟପକ୍ଷରେ ସୂଚନା ଅନୁଯାୟୀ ଅନୁଭବ ଆଜି କୋର୍ଟରେ ଉପସ୍ଥିତ ଥିବା ସମୟରେ ବର୍ଷାଙ୍କ ଓକିଲ ଅନୁଭବଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜେରା କରିଥିବା ଜଣାପଡ଼ିଛି । ସେହିପରି ମାମଲାର ତ୍ୱରିତ ଶୁଣାଣି ପାଇଁ ଅନୁଭବ ପିଟିସନ ଦାଖଲ କରିଛନ୍ତି ।

କିଛି ଦିନ ପୂର୍ବେ ଅନୁଭବ , ପତ୍ନୀ ବର୍ଷାଙ୍କ ବିରୋଧରେ କୋର୍ଟରେ ଏକାଧିକ ଜାଲ ଡକ୍ୟୁମେଣ୍ଟ ଓ ଜାଲ ଆଇଡେଣ୍ଟିଟି ଦାଖଲ କରିଛନ୍ତି । ବର୍ଷା-ଅନୁଭବଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଗତବର୍ଷ ଜୁଲାଇ ୨୦ରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଅନୁଭବ। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ ଅନୁଭବ।

Leave a Reply

Your email address will not be published. Required fields are marked *