ହିନ୍ଦୀ ସିନେ ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଗତକାଲି ରବିବାର ଦିନ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ଡେଞ୍ଜରିୟସ’ରେ ପୁଣିଥରେ ଓଡ଼ିଆ ଲଳନା ଅପସରାଙ୍କୁ ଦେଇଛନ୍ତି ବ୍ରେକ୍ । ସୂଚନା ଅନୁଯାୟୀ ‘ଡେଞ୍ଜରିୟସ’ ଫିଲ୍ମଟି ପ୍ରଥମ ଲେସବିୟାନ୍ କ୍ରାଇମ ଆକ୍ସନ୍ ଫିଲ୍ମ । ସୋସିଆଲ ମିଡ଼ିଆରେ ଟ୍ଵିଟ କରି ନିର୍ଦ୍ଦେଶକ ବର୍ମା କହିଛନ୍ତି ଯେ ଏହା ଏକ ଏପିକ୍ ଭାବପ୍ରବଣ କ୍ଲାସିକ୍ ପ୍ରେମ କାହାଣୀ ଭାବରେ ପରିକଳ୍ପିତ ।
ଦୁଇ ମହିଳା ଅପସରା ରାନୀ ଏବଂ ନୈଇନା ଗାଙ୍ଗୁଲିଙ୍କ ମଧ୍ୟରେ ବିପଦପୂର୍ଣ୍ଣ ଅନ୍ଧକାରର ଲେସବିୟାନ୍ ପ୍ରେମ କାହାଣୀକୁ ନେଇ ଆଗାମୀ ଫିଲ୍ମ ‘ଡେଞ୍ଜରିୟସ’ ବୋଲି ଟ୍ଵିଟରରେ ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ କରି ନିର୍ଦ୍ଦେଶକ ରାମ ଗୋପାଳ କହିଛନ୍ତି । ଉଭୟ ଅଭିନେତ୍ରୀ ଅପସରା ରାନୀ ଏବଂ ନୈଇନା ଗାଙ୍ଗୁଲି କେହି କାହାଠାରୁ କମ୍ ନୁହେଁ ଓ ଦୁହିଁକୁ ଭାରତୀୟ ସିନେମାରେ ଏକ ନୂତନ ଯୁଗର ଅଗ୍ରଗତି ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ସେ ।
ପ୍ରତିକ୍ରିୟା ରଖି ଅପସରା ରାନୀ ମଧ୍ୟ ଟ୍ଵିଟ କରି ଲେଖିଛନ୍ତି ଯେ ସାର୍ ମୋତେ ଏହି ପ୍ରୋଜେକ୍ଟର ଏକ ଅଂଶ କରିଥିବାରୁ ତାଙ୍କୁ ହୃଦୟରୁ ଧନ୍ୟବାଦ… ମୁଁ ପ୍ରକୃତରେ ବିଶ୍ଵାସ କରେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ଶାରୀରିକ ସମ୍ପର୍କକୁ ସମାନ ସମ୍ମାନ କରିବା ଆବଶ୍ୟକ … LGBT ସମ୍ପ୍ରଦାୟକୁ ସମର୍ଥନ କର ।