ସଂସ୍କାର : ପ୍ରାୟ ୯ ରୁ ୧୦ ଦିନ ହେବ, ରାଜ୍ୟରେ କେବଳ ଗୋଟିଏ ଚର୍ଚ୍ଚା। ସେ ହେଉଛି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ଆଲୋଚନା। କେତେ ଯେ ବଡ଼ ବଡ଼ ରାଜନେତା, ବଡ଼ ବଡ଼ ପଦବୀରେ ଥିବା ପୋଲିସ ଅଧିକାରୀ ଓ ଆହୁରି ଅନେକଙ୍କୁ ନିଜ ନାଗଫାଶରେ ଫସାଇଥିଲା ଅର୍ଚ୍ଚନା ନାଗ। ପାଖାପାଖି ୪୦ ଜଣ ରାଜନେତା ଆଉ ବଡ଼ ବଡ଼ ନାମକରା ଲୋକଙ୍କୁ ଦେହବ୍ୟାପର କରି ଅର୍ଚ୍ଚନା ସେମାନଙ୍କୁ ଖୁସ୍ କରୁଥିଲା ବୋଲି ମିଡ଼ିଆରେ ଚର୍ଚ୍ଚା ହେଉଛି।
ଓଲିଉଡର ବିଶିଷ୍ଟ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଠାରୁ ଆରମ୍ଭ ହୋଇଥିବା ଏହି କେସ୍ ବର୍ତ୍ତମାନ ପ୍ରତିଦିନ କାହାଣୀର ନୁଆ ମୋଡ଼ ନେଉଛି। ଅର୍ଚ୍ଚନାର ନାଗ ଜାଲ ଏତେ ଲମ୍ବା ଯେ, ଆରମ୍ଭ କେଉଁଠୁ ଆଉ ଜାଲର ଶେଷ କୋଉଠୁ ଜଣା ପଡୁନି ।
ବିଜେଡି, ବିଜେପି, କଂଗ୍ରେସ ର ନେତାମାନେ ଯେମିତି ଅର୍ଚ୍ଚନା ପାଖରେ ଫଟୋ ପୋଜ ଦେବାକୁ ବ୍ୟାକୁଳ ହେଉଥିଲେ, ଅର୍ଚ୍ଚନା ବି ସତେ ଯେମିତି ଦିନେ ମୁଖ୍ୟମନ୍ତ୍ରୀ ହେବ ବୋଲି ଭାବି ନେଇଥିଲା। ଖାଲି କୌଣସି ଏକ ରାଜନୈତିକ ଦଳରୁ ଟିକେଟ ପାଇବାର ସୁଯୋଗକୁ ଅନାଇ ବସିଥିଲା।
ତେବେ ସାଧାରଣରେ ଆଲୋଚନା ହେଉଛି ଯେ, ନିଜର ଦେହବ୍ୟାପାର କାମରେ ଥକି ଯାଇଥିଲା ଅର୍ଚ୍ଚନା , ଆଉ ଖରାପ୍ କାମ ନୁହେଁ ରାଜନୀତି ର ସ୍ବପ୍ନ ଦେଖି ସାରିଥିଲା ସେ। ପ୍ରଥମେ ବିଧାୟିକା ହେଇଥାନ୍ତା ଅର୍ଚ୍ଚନା, ପରେ ମୂଖ୍ୟମନ୍ତ୍ରୀ ହେବାକୁ ତାର ଭାରି ଇଚ୍ଛା ଥିଲା।
ଅର୍ଚ୍ଚନା କୁ ଆଉ ଦେହ ବେପାର ଭଲ ଲାଗୁ ନଥିଲା , ଏକଥା ଖୋଦ୍ ଅର୍ଚ୍ଚନା ନିଜ ଏତଲା ରେ ଦେଇଛି କି ବିଜେପି ନେତା କେଭି ସିଂ ଦେଓ ତାଙ୍କୁ ବିଧାୟିକା ହେବାକୁ ଟିକେଟ ଦେବାକୁ କହି ପ୍ରତାରଣା କରିଛନ୍ତି ।ସେବେଠୁ ରାଜନୀତି ର ସ୍ବପ୍ନ ଦେଖିଥିଲା ଅର୍ଚ୍ଚନା, ଏପରିକି ତାର ବିଧାନସଭାକୁ ଥିଲା ଅବାଧ ପ୍ରବେଶ।
ବିଜେଡି ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ଙ୍କ ସହିତ ଅତି ଉତ୍ତମ ସଂପର୍କ ଥିଲା ଅର୍ଚ୍ଚନାଙ୍କର । ଚର୍ଚ୍ଚା ହେଉଛି ପାଖାପାଖି ୪୦ ବିଧାୟକ ଅର୍ଚ୍ଚନା ଲିଙ୍କ୍ ରେ ଥିଲେ । ଏପରିକି ବିଜେପି ଏବଂ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି କି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଫାଶରେ ପଡ଼ିଛନ୍ତି ପ୍ରାୟ ୨୫ରୁ ଅଧିକ ନେତା ଓ ପ୍ରଭାବଶାଳୀ ବ୍ୟକ୍ତି , ଯାହାଙ୍କ ମଧ୍ୟରେ ୧୮ଜଣ ବିଧାୟକ ଅଛନ୍ତି।
ସାଲୁଜା ଆହୁରି ବି କହିଛନ୍ତି ଯେ, ଏହି ଘଟଣା ଖୋଲିଲେ ବିଜେଡ଼ି ସରକାର ନିଶ୍ଚିତ ଭାବେ ଭାଙ୍ଗିିଯିବ। ଅର୍ଚ୍ଚନା ର ସ୍ଵପ୍ନ ଥିଲା ରାଜନୀତିର ପାୱାର। ତେବେ କଣ ଜେଲରୁ ଫେରିଲେ ଅର୍ଚ୍ଚନା ନାଗ ରାଜନୀତିରେ ପାଦ ଦେବେ ଆଉ ନିଜର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନକୁ ପୂରଣ କରିବେ କି ?