ସଂସ୍କାର : ଅର୍ଚ୍ଚନା ବ୍ଲାକମେଲିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ। ଇଡିରେ ହାଜର ବେଳେ ପ୍ରମୋଦ କହିଛନ୍ତି ଯେ, ତାଙ୍କୁ ବ୍ଲାକ୍ମେଲ୍ କରୁଥିଲେ ଅର୍ଚ୍ଚନା। ଅର୍ଚ୍ଚନା ପୂର୍ବରୁ ପ୍ରମୋଦଙ୍କ ଜାଗମରା ସ୍ଥିତ ଘରେ ଭଡ଼ାରେ ରହୁଥିଲେ। ତେବେ ପ୍ରମୋଦଙ୍କ ଠାରୁ ତଥ୍ୟ ବାହାର କରିବାକୁ ଇଡି ତାଙ୍କୁ ଜେରା କରିବାକୁ ସମନ କରିଥିଲା । ପ୍ରମୋଦଙ୍କୁ ପଚରାଉଚରା ବେଳେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ସହ ଲିଙ୍କ୍ର ଗୁମର ଖୋଲିବାକୁ ଇଡି ପ୍ରୟାସ କରିବ ।

ଏହାବ୍ୟତୀତ ଅର୍ଚ୍ଚନା ନାଗ ମାମଲାରେ ଆଉ କାହାକୁ ଜେରା କରିବ ଇଡି ? ତାକୁ ନେଇ ବି ଅନେକ ଚର୍ଚ୍ଚା ଲାଗିରହିଛି । ମିଳିଥିବା ସୂଚନା ଅନୁଯାୟୀ, ନାଗ-ଚାନ୍ଦଙ୍କ ହନିଟ୍ରାପ୍ ମାମଲାରେ ଜେରା ପାଇଁ ପୂର୍ବରୁ ପ୍ରାୟ ୧୫ ଜଣଙ୍କୁ ସମନ ହୋଇଥିଲା । ତାମଧ୍ୟରୁ ୨-୪ ଜଣଙ୍କୁ ଇଡି ଜେରା କରିସାରିଛି । ଆଉ ପ୍ରାୟ ୧୧ ଜଣଙ୍କ ଜେରା ବାକି ରହିଛି । ସେମାନେ କେବେ ଇଡିରେ ହାଜର ହେବେ ? ସେହି ୧୧ ଜଣ ବ୍ୟକ୍ତି କିଏ ? ତାକୁ ନେଇ ଲାଗିରହିଛି ସସ୍ପେନ୍ସ ।
ଏହାବ୍ୟତୀତ ଅର୍ଚ୍ଚନା ନାଗ ମାମଲାରେ ଆଉ କାହାକୁ ଜେରା କରିବ ଇଡି ? ତାକୁ ନେଇ ବି ନାନା ଚର୍ଚ୍ଚା ଲାଗିରହିଛି । ମିଳିଥିବା ସୂଚନା ଅନୁଯାୟୀ, ନାଗ-ଚାନ୍ଦଙ୍କ ହନିଟ୍ରାପ୍ ମାମଲାରେ ଜେରା ପାଇଁ ପୂର୍ବରୁ ପ୍ରାୟ ୧୫ ଜଣଙ୍କୁ ସମନ ହୋଇଥିଲା । ତାମଧ୍ୟରୁ ୨-୪ ଜଣଙ୍କୁ ଇଡି ଜେରା କରିସାରିଛି । ଆଉ ପ୍ରାୟ ୧୧ ଜଣଙ୍କ ଜେରା ବାକି ରହିଛି । ସେମାନେ କେବେ ଇଡିରେ ହାଜର ହେବେ ? ସେହି ୧୧ ଜଣ ବ୍ୟକ୍ତି କିଏ ? ତାକୁ ନେଇ ଲାଗିରହିଛି ସସ୍ପେନ୍ସ ।