ସଂସ୍କାର : ଅର୍ଚ୍ଚନା ନାଗଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଦିନେ ଯିଏ ବ୍ଲାକମେଲ୍ କରି ଅନ୍ୟଙ୍କୁ କନ୍ଦାଉଥିଲା , ବର୍ତ୍ତମାନ ସେ ଆଜି ନିଜେ କାନ୍ଦୁଛି। ଭିଡିଓ ରେ ଅର୍ଚ୍ଚନା ନାଗ କାନ୍ଦି କାନ୍ଦି ନେହୁରା ହେଉ ଥିବାର ଦେଖାଯାଇଛି। ତେବେ ଅର୍ଚ୍ଚନା କାନ୍ଦି କାନ୍ଦି ଜର୍ଜ ଙ୍କ ଆଗ ରେ ଗୋଟି ଗୋଟି କରି ସବୁ ସତ କଥା କହିଥିବା ଜଣାପଡିଛି। ତେବେ କାନ୍ଦି କାନ୍ଦି ଅର୍ଚ୍ଚନା ଫେରିଛନ୍ତି ଝାଡପଡା ଜେଲକୁ। ଆଉ ଜେଲରେ ପଶି ଅନୁତାପ କରି କାନ୍ଦୁଛନ୍ତି ଅର୍ଚ୍ଚନା ।
ଆଉ ତାଙ୍କ କଥାକୁ କେହି ଯେମିତି କିଛି ବି ବିଶ୍ବାସ କରୁ ନାହାନ୍ତି । ଆଉ ସମସ୍ତେ ପ୍ରମାଣ କୁ ବିଶ୍ବାସ କରୁଛନ୍ତି। ଯାହା ବି କିଛି ଅର୍ଚ୍ଚନା ଙ୍କ ବିପକ୍ଷ ରେ ରହିଛି ପ୍ରମାଣ ତାକୁ ନେଇ ଚାଲିଛି ତଦନ୍ତ । ଗତକାଲି କୋର୍ଟରେ ପହଞ୍ଚିଛନ୍ତି ଅର୍ଚ୍ଚନା । ଝାରପଡ଼ା ଜେଲ ରୁ ସିଧା ବାହାରି କି କୋର୍ଟ ଯାଇଥିଲେ ଅର୍ଚ୍ଚନା । ଗଲାବେଳେ ବାରମ୍ବାର ସେ ଗଣମାଧ୍ୟମ କୁ କହୁଥିଲେ ମିଛ ଖବରକୁ ପ୍ରସାରଣ କର ନାହିଁ । ତେବେ ଯାହା କିଛି ପ୍ରମାଣ ଲାଗିଥିଲା ସେହି ଆଧାରରେ ବହୁତ ଖବର ପ୍ରସାରଣ ହୋଇଥିଲା ।
ଏମିତିକି ଅଭିଯୋଗ ଯାହା ଥାନା ରେ ହୋଇଥିଲା ଅର୍ଚ୍ଚନା କିଭଳି ନିଜ ରୁମରେ ସିସିଟିଭି ଲଗେଇଥିଲେ। ଆଉ ଶାରୀରିକ ସମ୍ପର୍କର ଗୋଟି ଗୋଟି ଦୃଶ୍ଯ କୁ କଏଦ୍ କରୁ ଥିଲେ । ଏହି ସବୁକୁ ନେଇ ସେ ଭାଇରାଲ କରିଦେବେ ବୋଲି ଧମକ ଦେଇ ଟଙ୍କା ଆଦାୟ କରୁଥିଲେ । ଏ ସବୁ ଅଭିଯୋଗ କରା ହେଇ ଥିଲା ଆଉ ପରେ ସବୁ ସତ ସାମ୍ନା କୁ ମଧ୍ୟ ଆସି ଥିଲା। ବହୁତ ଚର୍ଚ୍ଚିତ ହନିଟ୍ରାପ୍ ବ୍ଲାକମେଲିଂ ମାମଲା ରେ ଛନ୍ଦି ହୋଇ ଥିବା ଅର୍ଚ୍ଚନା ନାଗ ବୁଧବାର ଦିନ କୋର୍ଟ ରେ ହାଜର ହୋଇଥିଲେ । ତାଙ୍କୁ କଡା ସୁରକ୍ଷା ମଧ୍ୟ ରେ କୋର୍ଟ ରେ ହାଜିର କରା ଯାଇଥିଲା ।