ସଂସ୍କାର : ଦେହ ବ୍ୟାପାରରେ ଏବଂ କୋଟି କୋଟି ଟଙ୍କାର କାରବାରରେ ଗିରଫ ହୋଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମନରେ ଯୌନ ଭୋକ ଭରପୁର ହୋଇ ଭରି ରହିଥିବା କଥା ବର୍ତ୍ତମାନ ସାମ୍ନାକୁ ଆସିଛି। ବଡ ବଡ଼ ରାଜନେତା, ବ୍ୟବସାୟୀ, ସିନେମା ଜଗତର କଳାକାର ଏବଂ ଧନୀ ଶ୍ରେଣୀର ବ୍ୟକ୍ତିଙ୍କୁ ସେ ନିଜ ଦେହର ସୁଖ ଯୋଗାଇ ଆସୁଥିଲେ । କିନ୍ତୁ ସେ ଧରାପଡିଗଲେ ଏହି ଲେଡି ବର୍ତ୍ତମାନ ସେକ୍ସ ପାଇଁ ଜେଲରେ ପାଗଳ ହୋଇ ବୁଲୁଥିବା ଜେଲର ପାଚେରୀରୁ ଶୁଣିବାକୁ ମିଳିଛି।
ନିଜ ନାମ ଗୋପନ ରଖି ଜଣେ ଜେଲ ଅଧିକାରୀ କହିଛନ୍ତି ଯେ, ଅର୍ଚ୍ଚନା ଦିନକୁ ଦିନ ସେକ୍ସ ପାଇଁ ପାଗଳ ଭଳି ହେଉଛନ୍ତି । ସେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହ ସପ୍ତାହକୁ ତିନି ଥର ମିଶିବା ପାଇଁ ଚାହୁଁଛନ୍ତି। ସେ ଏଥି ପାଇଁ କୋର୍ଟର ସାହାଯ୍ୟ ମଧ୍ୟ ଲୋଡିଛନ୍ତି । ସେ କୋର୍ଟକୁ ଜେଲରେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ସପ୍ତାହକୁ ତିନି ଥର ମିଶିବା ପାଇଁ ଅନୁମତି ମାଗିଛନ୍ତି ।
ସେପଟେ ଜେଲରେ ଯଦି କୌଣସି ଦମ୍ପତ୍ତି କିଛି ଅପରାଧିକ ଘଟଣା ଘଟେଇ ବିଚାର ବିଭାଗୀୟ ହାଜତକୁ ଆସନ୍ତି ତେବେ ସେହି ଦମ୍ପତ୍ତିଙ୍କୁ ଜେଲ ମାନୁଆଲ ଅନୁଯାୟୀ ସ୍ତ୍ରୀ ସ୍ୱାମୀ ସହ ସପ୍ତାହକୁ ଥରେ ମିସିପାରିବେ ବୋଲି ନିୟମ ରହିଛି। ହେଲେ ଅର୍ଚ୍ଚନାଙ୍କ ସପ୍ତାହକୁ ସ୍ୱାମୀଙ୍କ ସହ ତିନି ଥର ମିଶିବା ଗୁହାରି ଏବେ ତାଙ୍କ ଯୌନ ଭୋକକୁ ବଢ଼ାଇ ଦେଇଥିବା ଚର୍ଚ୍ଚା ଜୋର ଧରିଛି।