ସଂସ୍କାର : ରାଜ୍ୟରେ କେବଳ ବର୍ତ୍ତମାନ ଗୋଟିଏ ଚର୍ଚ୍ଚା। ସେ ଚା’ ଖଟି ହେଉ କି ଖେଳ ପଡ଼ିଆ , ବର୍ତ୍ତମାନ ସବୁଠି ଅର୍ଚ୍ଚନା ନାଗଙ୍କ ଚର୍ଚ୍ଚା। କେହି କେହି କହୁଛନ୍ତି ଅର୍ଚ୍ଚନା ଭଲ କରିଛନ୍ତି। ଯେଉଁମାନେ ଗରିବଙ୍କୁ ଲୁଟୁଥିଲେ , ତାଙ୍କୁ ଅର୍ଚ୍ଚନା ଲୁଟିନେଲା, ଆଉ କେହି କେହି କହୁଛନ୍ତି ଅର୍ଚ୍ଚନା ଯାହା ବି କରିଛନ୍ତି ସବୁ ଭୁଲ୍ କାମ। ତେବେ ଅର୍ଚ୍ଚନାଙ୍କ କଳା କାରନାମାରେ ତାଙ୍କ ସ୍ଵାମୀ ଜଗବନ୍ଧୁ ମଧ୍ୟ ଫସିଯାଇଛନ୍ତି। ଯାହାକି ଜଗବନ୍ଧୁ ଙ୍କ ବାପା ମାଆ ଅଭିଯୋଗ କରିଛନ୍ତି।
ଗଣମାଧ୍ୟମ ସମ୍ମୁଖରେ ସେମାନେ କହିଛନ୍ତି କି ତାଙ୍କ ପୁଅ ଆଗରୁ ଏଭଳି ନଥିଲେ ବରଂ ସେ ଅର୍ଚ୍ଚନାଙ୍କ ପ୍ରେମ ଜାଲରେ ପଡ଼ିଥିଲେ ଏବଂ ଅର୍ଚ୍ଚନା ତାଙ୍କୁ ଟଙ୍କା ଲୋଭ ଦେଖାଇଥିଲା। ଯାହାଫଳରେ ସେ ଆଉ ନିଜ ଘରକୁ ମଧ୍ୟ ଫେରି ନଥିଲେ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅର୍ଚ୍ଚନାଙ୍କ ସହ ଦେଖା ହେବା ପରେ ସେବେଠାରୁ ଥରେ ହେଲେ ମଧ୍ୟ ନିଜ ବାପା ମାଆଙ୍କ ଖବର ପଚାରି ବୁଝି ନାହାଁନ୍ତି ଜଗବନ୍ଧୁ।
ବର୍ତ୍ତମାନ ଅର୍ଚ୍ଚନା ଜେଲରେ ଥିବା ବେଳେ ସ୍ଵାମୀ ଜଗବନ୍ଧୁ କେଉଁଠାରେ ଲୁଚି ଯାଇଛି ତାହା ତାଙ୍କ ମାଆ ବାପା ମଧ୍ୟ ଜାଣି ନାହାଁନ୍ତି। ଜଗବନ୍ଧୁଙ୍କ ବାପା ଓ ମାଆ ସେହି ଆଜବେଷ୍ଟ ଘରେ ପଡି ରହିଛନ୍ତି ଏବଂ କାନ୍ଦି କାନ୍ଦି କହୁଛନ୍ତି କି ଅର୍ଚ୍ଚନା ତାଙ୍କ ପୁଅକୁ ଫସାଇ ଦେଇଛି।
ସୁଚନା ମୁତାବକ ଜଗବନ୍ଧୁ ଙ୍କ ଘର ହେଉଛି ବାଲେଶ୍ଵର ଜିଲ୍ଲାରେ। ପୂର୍ବରୁ +୨ ସାରି ଦିଲ୍ଲୀରେ ଚାକିରୀ କରୁଥିବା ବେଳେ ମାଆ ବାପାଙ୍କୁ ଭଲମନ୍ଦ ପଚାରୁଥିଲେ। କିନ୍ତୁ ଦିନକୁ ଦିନ ଜଗବନ୍ଧୁ ଙ୍କ ଆବଭାବ ବଦଳିବାରେ ଲାଗିଲା ଭୁବନେଶ୍ଵର କୁ ଆସି ସେକେଣ୍ଡ ହ୍ୟାଣ୍ଡ ଗାଡି ବ୍ୟବସାୟ କରିବାକୁ ଲାଗିଥିଲେ।
ଏହାପରେ ତାଙ୍କର କଳାହାଣ୍ଡି ଝିଅ ଅର୍ଚ୍ଚନା ସହ ଦେଖା ହେଇଥିଲା ଏବଂ ତାହାପରେ ସେ ସମ୍ପୂର୍ଣ ଭାବରେ ବଦଳି ଯାଇଥିଲେ।
ବାପା ମାଆ ଅର୍ଚ୍ଚନା ଙ୍କ ବିଷୟରେ କିଛି କିଛି ଶୁଣିବାକୁ ପାଉଥିଲେ ସେଥି ପାଇଁ ପୁଅ ଅର୍ଚ୍ଚନା ଙ୍କୁ ବାହା ହେଉ ବୋଲି ତାହା ସେମାନେ କେବେ ହେଲେ ମଧ୍ୟ ଚାହୁଁ ନଥିଲେ। ସେପଟେ ପୁଅ ମଧ୍ଯ ଟଙ୍କା ଲୋଭରେ ନିଷ୍ଠୁର ହୋଇ ଗଲା ନା ସେ ବାପା ମାଆ ଙ୍କୁ ପଚାରିଲା ନା ତାଙ୍କ ନିକଟକୁ ଗଲା। ସ୍ତ୍ରୀ ବୁଦ୍ଧିରେ ପଡି ବଡ଼ ବଡ଼ିଆ ଙ୍କ ଠାରୁ ଟଙ୍କା ଲୁଟିବା ରେ ଲାଗି ପଡିଲେ ଯାହାର ପରିଣାମ ସ୍ବରୂପ ଆଜି ତାଙ୍କୁ ଲୁଚି ଲୁଚି ବୁଲିବାକୁ ପଡ଼ୁଛି।