ସଂସ୍କାର : ଦିନ ବଢୁଛି ଆଉ ଏହା ସହିତ ସାମ୍ନାକୁ ଆସୁଛି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ସତ୍ୟ ଘଟଣା। କେମିତି ସେ ବଡ଼ବଡ଼ିଆଙ୍କୁ ନିଜ ନାଗ ଫାଶରେ ପଶାଇ ଟଙ୍କା ଆଦାୟ କରୁଥିଲା ତାହାର ଅନେକ ଉଦାହରଣ ଆମେ ଦେଖି ସାରିଲେଣି।
ତେବେ ଏହି ସବୁ ମଧ୍ୟରେ ଗଣମାଧ୍ୟମ ହାତରେ ଏକ ବଡ ପ୍ରମାଣ ଲାଗିଛି । ପୁଣିଥରେ ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି ତାଙ୍କୁ କେମିତି ଅର୍ଚ୍ଚନା ନାଗ ବ୍ଲାକମେଲ୍ କରୁଥିଲା। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନାଙ୍କ ବିରୋଧରେ ଦେଇଥିବା ଏତଲାର ଏକ୍ସକ୍ଲୁସିଭ କପି ଗଣମାଧ୍ୟମ ହାତରେ ଲାଗିଛି। ହନିଟ୍ରାପରେ ଫସାଇ ଅର୍ଚ୍ଚିନା ନାଗ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମାଗିଥିଲା 3 କୋଟି ଟଙ୍କା । ପୁରା ଘଟଣା ପଛରେ ଥିଲା ଜଣେ ରହସୟମୟୀ ଯୁବତୀ । ଅର୍ଚ୍ଚନା ଧମକ ଦେଇ ଅକ୍ଷୟ ପରିଜାଙ୍କୁ କହିଥିଲା ଯେ, 3 କୋଟି ଟଙ୍କା ଦିଅ ନହେଲେ ପିସ ପିସ ତମକୁ କାଟିଦେବି ।
ଜୀବନରୁ ମାରିଦେବା ସହ ବର୍ବାଦ କରିବାକୁ ଅର୍ଚ୍ଚନା ଧମକ ଦେଉଥିଲା ବୋଲି ଅକ୍ଷୟ ପୋଲିସକୁ ଦେଇଥିବା ଏତଲାରେ ଲେଖିଛନ୍ତି। ଏଭଳି ଧମକ ଅର୍ଚ୍ଚନା ସାମ୍ନାସାମ୍ନି ଅକ୍ଷୟ ପରିଜାଙ୍କୁ ଦେଇଥିବା ପୋଲିସକୁ କହିଛନ୍ତି ଅକ୍ଷୟ। ଥାନାରେ ଦେଇଥିବା ଏତଲା ଅନୁସାରେ ପ୍ରଥମେ ନିଜକୁ ଆଇନଜୀବୀ କହି ପରିଚୟ ଦେଇଥିଲେ ଅର୍ଚ୍ଚନା ନାଗ ।
ଜଣେ ଯୁବତୀଙ୍କ ସହ ପ୍ରଯୋଜକଙ୍କ ଅନ୍ତରଙ୍ଗ ଭିଡିଓ ଥିବା କହିଥିଲେ ସେ । ସେହି ଯୁବତୀ ତାର ବହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନ ଦେଲେ ଯୁବତୀ ଜଣକ ଥାନାକୁ ଯିବେ ବୋଲି ଧମକ ଦେଇଥିଲେ । ନହଲେ ମାନହାନି ସହ କ୍ୟାରିୟର ବର୍ବାଦ କରିଦେବ ବୋଲି ଧମକ ଦେଇଥିଲା । ସମ୍ମାନ ହାନି ଭୟରେ ବୁଝାବଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା ।
ଏଥିପାଇଁ ଭୁବନେଶ୍ବରର ଶ୍ୟାଣ୍ଡି ଟାୱାରରେ ଅର୍ଚ୍ଚନାଙ୍କ ସହ ସାକ୍ଷାତ କରି ଆଲୋଚନା ବି କରିଥିଲେ । ହେଲେ ସେଠାରେ କୁଆଡେ ମାମଲାକୁ ରଫା ଦଫା କରିବା ପାଇଁ ତିନି କୋଟି ଟଙ୍କା ମାଗିଥିଲା ଅର୍ଚ୍ଚନା । ଟଙ୍କା ନ ଦେଲେ ଖଣ୍ଡ ଖଣ୍ଡ କରି କାଟି ଦେବି ବୋଲି କହିଥିଲା । ଏପରି କି ଭୁବନେଶ୍ବର ବାହାରକୁ ଯାଇପାରିବେ ନାହିଁ ବୋଲି ଧମକ ଦେଇଥିଲା ଅର୍ଚ୍ଚନା ।
ହନିଟ୍ରାପରେ ଅର୍ଚ୍ଚନା ସେହି ଯୁବତୀଙ୍କୁ ବ୍ୟବହାର କରି ପ୍ରଯୋଜକ ଅକ୍ଷୟଙ୍କୁ ଫସାଉ ଥିଲେ ବୋଲି ସେ ସନ୍ଦେହ କରିଥିଲେ । ଯଦି ଏ ଘଟଣା ସତ ହୋଇଥାଏ ତେବେ ସାଂଘାତିକ । ଏବେ ସବୁଠାରୁ ବଡ ପ୍ରଶ୍ନ ଏ ଅଭିଯୋଗକୁ କେତେ ଗୁରୁତ୍ଵର ସହ ନେଉଛି କମିସନରେଟ ପୋଲିସ ତାହା ଦେଖିବାକୁ ବାକି ରହିଲା।