ସଂସ୍କାର : ଅଧିକାଂଶ ସମୟରେ ଲୋକମାନେ ସକାଳେ ଶୀଘ୍ର ଉଠିବାରେ ସମସ୍ୟା ଅନୁଭୂତ କରନ୍ତି। ଆପଣ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ହୋଇଥିଲେ, ଏହାକୁ ସୁଧାରି ନିଅନ୍ତୁ। ଯେପରି କମ ଶୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସେହିପରି ଅଧିକ ଶୋଇବା ମଧ୍ୟ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ଅଧିକ ସମୟ ଯାଏଁ ଶୋଇବା ଦ୍ୱାରା କେଉଁ ସବୁ ସମସ୍ୟା ହୁଏ।
୧) ଏକ ଅଧ୍ୟୟନ ଅନୁଯାୟୀ , ୯ ଘଣ୍ଟାରୁ ଅଧିକ ସମୟ ଶୋଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଏ ଓ ମଧୁମେହ ହେବାର ସମ୍ଭାବନା ଅଧିକ ଥାଏ।
୨) ମୁଣ୍ଡ ବିନ୍ଧା : ଅଧିକାଂଶ ସମୟରେ ଆବଶ୍ୟକତା ଠାରୁ ଅଧିକ ଶୋଇବା ଦ୍ୱାରା ମୁଣ୍ଡ ବିନ୍ଧା ସମସ୍ୟା ସୃଷ୍ଟି ହୋଇଥାଏ। ଭାରି ଭାରି ଲାଗିବା ଭଳି ଅନୁଭବ ହୋଇଥାଏ।
୩) ହୃଦୟ ଜନିତ ରୋଗ : ଆବଶ୍ୟତା ଠାରୁ ଅଧିକ ଶୋଇବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ଅଧ୍ୟୟନ ଅନୁଯାୟୀ, ୯ ରୁ ୧୧ ଘଣ୍ଟା ଶୋଇବା ଦ୍ୱାରା ହୃଦୟ ଜନିତ ରୋଗ ଓ ସମସ୍ୟା ହେବାର ସମ୍ଭବାନା ୩୮ ପ୍ରତିଶତ ଥାଏ।
୪) ଅଧିକ ସମୟ ଶୋଇବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇଥାଏ। ଅଧିକ ସମୟ ଶୋଇବା ଦ୍ୱାରା ଅଧିକ ଆଳସ୍ୟ ଅନୁଭବ ହୋଇଥାଏ। କାମ କରିବାକୁ ଇଚ୍ଛା ଶକ୍ତି ହ୍ରାସ ପାଇଥାଏ। ମାନସିକ ଅଶାନ୍ତି ବଢିବା ସହ ମସ୍ତିଷ୍କ ଉପରେ କୁପ୍ରଭାବ ପଡିଥାଏ।
୫) ଯେଉଁମାନେ ଅଧିକ ସମୟ ଅଫିସରେ ବସି କାମ କରନ୍ତି, ସେମାନେ ଆଦୌ ଅଧିକ ଶୋଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପିଠିରେ ଯନ୍ତ୍ରଣା, ବେକ ଓ କାନ୍ଧରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥାଏ।
୬) ଅଧିକ ଶୋଇବା ଦ୍ୱାରା ଶାରୀରିକ ପରିଶ୍ରମ କମ ହୋଇଥାଏ। ଫଳରେ କାମ କରିବାକୁ ଇଚ୍ଛା ହୋଇନଥାଏ। ଆଳସ୍ୟ ଅନୁଭବ ହୋଇଥାଏ। ଏହାଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡିବା ସହ ମୋଟାପଣ ବୃଦ୍ଧି ପାଇଥାଏ। ପାଚନ କ୍ରିୟା ସଠିକ ଧିମା ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।