ସଂସ୍କାର : କିଛି ଲୋକ ପର୍ଣ୍ଣ ଦେଖିବାରେ ଏତେ ନିଶାସକ୍ତ ହୋଇଯାଆନ୍ତି ଯେ ସେମାନେ ଭାବନ୍ତି ଏହାକୁ ନ ଦେଖି ବଞ୍ଚିବା କଷ୍ଟକର। ସମୟକ୍ରମେ ଏହି ଅଭ୍ୟାସ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ ହୋଇଯାଏ। କିଛି ଲୋକ ଏହି ପର୍ଣ୍ଣ ଭିଡ଼ିଓ ଦେଖିବା ଅଭ୍ୟାସରେ ଏତେ ପରିମାଣରେ ଆଗ୍ରହ ଦେଖାନ୍ତି ଯେ ଇଚ୍ଛା ନ ଥିଲେ ବି ବାରମ୍ବାର ଦେଖିବାକୁ ମନେ ହୁଏ।
ଆଉ କେତେଜଣ ଲୋକ ପର୍ଣ୍ଣ ଦେଖିବା ଅଭ୍ୟାସକୁ ଛାଡିବା ପାଇଁ ଚେଷ୍ଟା କରନ୍ତି। କିଛି ଦିନ ଦେଖିବା ଛାଡି ବି ଦିଅନ୍ତି , କିନ୍ତୁ ତିନି ରୁ ପାଞ୍ଚ ଦିନ ଗଲା ପରେ ପୁଣି ଅସମ୍ଭାଳ ହୋଇ ଦେଖିବା ଆରମ୍ଭ କରିଦିଅନ୍ତି। ଏଥିରୁ ମୁକ୍ତି ପାଇବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡେ। କିନ୍ତୁ ସେମାନେ ଏହା ଜାଣିନାହାନ୍ତି ଯେ, ଏହି ଅଭ୍ୟାସ ହେତୁ ସେମାନଙ୍କର ଜୀବନ ନଷ୍ଟ ହୋଇଯିବ ବୋଲି। ଅନେକଙ୍କର ସେକ୍ସ ଲାଇଫ୍ ଏହି ପର୍ଣ୍ଣ ଭିଡ଼ିଓ ଦେଖାକୁ ନେଇ ବିଗିଡି ଯାଇଛି।
ତେବେ ଆଜିର ଏହି ଆର୍ଟିକାଲରେ ଆମେ ଜଣେ ମହିଳାଙ୍କ ବିଷୟରେ ଉଲେଖ୍ୟ କରିଛୁ ଯିଏକି ପର୍ଣ୍ଣ ଭିଡ଼ିଓ ଦେଖି ନିଜର ଜୀବନକୁ ନଷ୍ଟ କରିଦେଇଛନ୍ତି। ଅଶ୍ଳୀଳ ଭିଡ଼ିଓ ଦେଖି ମହିଳା ଜଣଙ୍କ ନିଜର ସେକ୍ସ ଲାଇଫକୁ କିପରି ବର୍ବାଦ କରିଛନ୍ତି ତାହା ନିଜର ସୋସିଆଲ୍ ମିଡ଼ିଆ ହେଣ୍ଡେଲରେ ସେୟାର କରିଛନ୍ତି। ମହିଳା ଜଣଙ୍କର ପର୍ଣ୍ଣ ଦେଖିବା କାହାଣୀ ଜାଣିଲେ ଆପଣ ମଧ୍ୟ ପର୍ଣ୍ଣ ଦେଖିବା ଛାଡ଼ିଦେବେ। ଆଉ ଯଦି ବା ନ ଛାଡ଼ନ୍ତି ତେବେ ଆପଣଙ୍କର ବି ମହିଳାଙ୍କ ପରି ଅବସ୍ଥା ହେବ।
ମହିଳା ଜଣକ ଲେଖିଛନ୍ତି ଯେ, ‘ମୋର ବେଡରୁମ୍ ଲାଇଫକୁ ଆକର୍ଷଣୀୟ କରିବା ପାଇଁ ମୁଁ ପର୍ଣ୍ଣ ଦେଖିବା ଆରମ୍ଭ କଲି। ମୁଁ ମୋ ସାଥୀଙ୍କ ସହିତ ଏକ ଭଲ ରୋମାଣ୍ଟିକ ଅଭିଜ୍ଞତା ପାଇବାକୁ ଚାହୁଁଥିଲି ଏବଂ ମୁଁ ଜାଣିବାକୁ ଚାହୁଁଥିଲି ଯେ ମୁଁ ଯାହା କରୁଛି ତାହା ଠିକ୍ କି ନୁହେଁ। ମୁଁ ପର୍ଣ୍ଣ ୱେବସାଇଟ୍ ବିଷୟରେ ସନ୍ଧାନ କରିବା ଆରମ୍ଭ କଲି। ଯେତେବେଳେ ମୁଁ ପର୍ଣ୍ଣ ୱେବସାଇଟ୍ ବିଷୟରେ ସର୍ଚ୍ଚ କରିବା ଆରମ୍ଭ କଲି ଠିକ୍ ସେତେବେଳେ ମୋତେ ଅନେକ ବିକଳ୍ପ ମିଳିଲା।
ମୁଁ ଅନେକ ଭିଡ଼ିଓ ଦେଖିଲି। ଏହି ଭିଡ଼ିଓ ଗୁଡିକରେ ଜଣେ ପୁରୁଷ କିପରି ଜଣେ ମହିଳାଙ୍କ ଉପରେ ନିଜର ବଳ ଦେଖାଉଛି ତାହା ମୁଁ ଦେଖିବାକୁ ପାଇଲି। ଜଣେ ପୁରୁଷ ନିଜର ହିଂସାତ୍ମକ କାର୍ଯ୍ୟକଳାପ ଦ୍ୱାରା ମହିଳାଙ୍କ ସହିତ କିପରି ସମ୍ଭୋଗ କରୁଥିଲା ତାହା ମୁଁ ଦେଖିଲି। କିନ୍ତୁ ଭିଡିଓରେ ଥିବା ମହିଳାମାନେ ଯେପରି ଏହି କାର୍ଯ୍ୟକଳାପଗୁଡିକ ଗ୍ରହଣ କରୁଥିଲେ, ଏହା ମୋ ପାଇଁ ସ୍ୱାଭାବିକ ମନେ ହେଉଥିଲା।
ମହିଳା ଜଣଙ୍କ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ଯେମିତି ସପିଂ କରିବା ସମୟରେ ନିଜର ଆତ୍ମାକୁ ଶାନ୍ତି କରେ , ଠିକ୍ ସେମିତି ମୋର ସେକ୍ସ ଲାଇଫକୁ ମଧ୍ୟ ମୁଁ ଉପଭୋଗ କରିବାକୁ ଚାହୁଁଥିଲି। ମୁଁ ଏପରି ପଦକ୍ଷେପ ନେବାକୁ ଚାହୁଁଥିଲି ଯାହା ଦ୍ୱାରା ମୁଁ ମୋ ସାଥୀକୁ ପ୍ରଭାବିତ କରିପାରିବି। ପର୍ଣ୍ଣ ଭିଡ଼ିଓ ଦେଖି ମୁଁ ଅନୁଭବ କଲି ଯେ ମୋ ସାଥୀ ସେକ୍ସ କରିବା ସମୟରେ ମୋ ସହିତ ଯେଉଁଭଳି ଆଚରଣ କରୁ, ତାହା ହିଂସାତ୍ମକ ହେଇଥାଉ, କିନ୍ତୁ ମୋତେ ଏହାକୁ ଚୁପଚାପ୍ ଗ୍ରହଣ କରିବାକୁ ପଡିବ। ମୋର ମନରେ ଚିନ୍ତାଧାରା ଆସିଯାଇଥିଲା ଯେ ସାଧାରଣତଃ ପୁରୁଷ ଲୋକମାନେ ଅନ୍ତରଙ୍ଗ ସମୟରେ ଏହିଭଳି ହିଂସାତ୍ମକ ହୋଇଯାଆନ୍ତି। ସେକ୍ସ ସମୟରେ ପୁରୁଷ ଯାହା ବି କରନ୍ତି, ମହିଳା ତାଙ୍କୁ ମନା କରିପାରିବେ ନାହିଁ ବୋଲି ମୋର ମନରେ ଚିନ୍ତାଧାରା ଆସିଯାଇଥିଲା।
ଯେତେବେଳେ ମୁଁ ପ୍ରଥମ ଥର ପାଇଁ ସେକ୍ସ କଲି, ସେତେବେଳେ ମୁଁ ମୋର ସାଥିର ସବୁ କଷ୍ଟ ସହିଗଲି। ମୋ ସାଥିକୁ ମୁଁ କିଛି ବି କହିଲିନି। ବୋଧହୁଏ ଏହା ମୋ ଉପରେ ପର୍ଣ୍ଣର ପ୍ରଭାବ ଥିଲା। କାରଣ ମୁଁ ପର୍ଣ୍ଣରେ ଦେଖିଥିଲି ଯେ ଗୋଟିଏ ମହିଳା ଅନ୍ୟଜଣେ ପୁରୁଷଙ୍କୁ କିଛି ବି କହୁନାହିଁ। ଏହା ଦେଖି ମୁଁ ମୋ ମନରେ ଏକମାତ୍ର କଥା ଭାବିଥିଲି ଯେ ମୁଁ ମୋ ପକ୍ଷରୁ କିଛି ପ୍ରତ୍ୟାଖ୍ୟାନ କରିବା ଉଚିତ୍ ନୁହେଁ। ସମୟକ୍ରମେ ମୁଁ ଏହି ଜିନିଷଗୁଡ଼ିକୁ ସାଧାରଣ ଭାବରେ ଗ୍ରହଣ କରିବା ପାଇଁ ମୁଁ ନିଜ ଉପରେ କ୍ରୋଧିତ ହେଉଥିଲି। ପର୍ଣ୍ଣ ଦେଖିବା ହେତୁ ମୁଁ ମୋର ଯୌନ ଉପଭୋଗ କରିବାକୁ ଭୁଲି ଯାଇଥିଲି।
କିଛି ସମୟ ପରେ ମୁଁ ହୃଦୟଙ୍ଗମ କଲି ଯେ ମୁଁ ପର୍ଣ୍ଣ ଭିଡ଼ିଓରୁ କୌଣସି ନୂତନ ପଦକ୍ଷେପ ଶିଖିଲି ନାହିଁ, କିନ୍ତୁ କେବଳ ଏହା ଜାଣିଲି ଯେ ଜଣେ ପୁରୁଷ ଜଣେ ମହିଳାଙ୍କ ପ୍ରତି ଯାହା ବି କରିବ ତାହା ଗ୍ରହଣ କରିବାକୁ ପଡିବ।ପର୍ଣ୍ଣର ଯୌନ ସଂସ୍କୃତିକୁ ମୁଁ ବିପଜ୍ଜନକ ମନେ କଲି। ମୁଁ ଅନୁଭବ କଲି ଯେ ଏହି ସମସ୍ତ ହିଂସାତ୍ମକ କାର୍ଯ୍ୟକଳାପ ଭବିଷ୍ୟତରେ ସାଂଘାତିକ ରୂପ ନେଇପାରେ। ଏହି ପର୍ଣ୍ଣ ଭିଡ଼ିଓ ଦେଖିବାର ପ୍ରଭାବ ମୋ ମନକୁ ପ୍ରଭାବିତ କରିବାକୁ ଲାଗିଲା।
ପର୍ଣ୍ଣର ପ୍ରଭାବ ମୋ ଉପରେ କିଛି ବର୍ଷ ରହିଲା। ମୁଁ କୌଣସି ହିଂସାକୁ ପ୍ରତିରୋଧ କରିପାରୁ ନ ଥିବାରୁ ମୁଁ ନିଜକୁ ଅସୁରକ୍ଷିତ ମନେ କରିବାକୁ ଲାଗିଲି। ମୋ ସାଙ୍ଗମାନେ ଯେତେବେଳେ ମୋ ସମ୍ମୁଖରେ ପ୍ରେମ ଏବଂ ରୋମାନ୍ସ ବିଷୟରେ କଥାବାର୍ତ୍ତା କରୁଥିଲେ ସେତେବେଳେ ମୋତେ ଏହା ଅଧିକ ସାଧାରଣ ଲାଗିଲା | ମୁଁ ମୋର କୌଣସି ବନ୍ଧୁଙ୍କୁ କେବେବି କହି ନାହିଁ ଯେ ମୁଁ ଅଶ୍ଳୀଳ ଭିଡ଼ିଓ ଦେଖିବାରେ ଅଭ୍ୟସ୍ତ ହୋଇସାରିଛି ବୋଲି।
ବୟସ ବଢିବା ସହିତ ମୋର ବୁଝିବା ଶକ୍ତି ମଧ୍ୟ ବଢ଼ିଲା। ମୁଁ ମୋର ପସନ୍ଦ ଏବଂ ନାପସନ୍ଦକୁ ଭଲ ଭାବରେ ଜାଣିବାକୁ ପାଇଲି। ପର୍ଣ୍ଣ ଭିଡ଼ିଓ ଦେଖିବାରେ ଏତେ ବର୍ଷ ବିତାଇବା ପରେ, ମୁଁ ବୁଝିଲି ଯେ ଅନ୍ତରଙ୍ଗ ଭାବପ୍ରବଣତା ଏବଂ ରୋମାନ୍ସ ବିଷୟରେ ଯେଉଁଥିରେ ଦୁଇଜଣ ବ୍ୟକ୍ତି ସମାନ ଭାବରେ ସେମାନଙ୍କର ଭୂମିକା ଗ୍ରହଣ କରନ୍ତି ସେତେବେଳେ ଏହାକୁ ଉପଭୋଗ କରାଯାଇପାରେ।
ଶେଷରେ ମହିଳା ଜଣକ ଲେଖିଛନ୍ତି, ‘ମୁଁ କହୁ ନାହିଁ ଯେ ପର୍ଣ୍ଣ ଏକ ଖରାପ ଜିନିଷ କିନ୍ତୁ ଏଥିରେ ଦେଖାଯାଇଥିବା ହିଂସାତ୍ମକ ତଥା ଆକ୍ରମଣାତ୍ମକ କାର୍ଯ୍ୟକୁ ବନ୍ଦ କରାଯିବା ଉଚିତ୍। ପର୍ଣ୍ଣ , ଦେଖାଲିମାନଙ୍କୁ ଦ୍ୱନ୍ଦରେ ପକାଇବା ପାଇଁ ଏହା କାମ କରେ। ଏହି କାରଣରୁ, ଲୋକମାନେ ଭୁଲ୍ ଜିନିଷକୁ ଠିକ୍ ଭାବରେ ଗ୍ରହଣ କରିବା ଆରମ୍ଭ କରନ୍ତି ଏବଂ ନିଜ ସାଥୀଙ୍କ ସହିତ ସମାନ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତି। ଯୌନ ଜୀବନକୁ ଉନ୍ନତ କରିବା ପାଇଁ ଓ ସାଥୀକୁ ସଭ୍ୟ ଢଙ୍ଗରେ ବ୍ୟବହାର କରିବା ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।