ସପନା ଚୌଧୁରୀଙ୍କ ନାମରେ ଆରେଷ୍ଟ ୱାରେଣ୍ଟ, ଜାଣନ୍ତୁ ମାମଲା କଣ ଓ ଲକ୍ଷ୍ନୌ ପୋଲିସ୍ କାହିଁକି କରିପାରେ ଗିରଫ ?

ସଂସ୍କାର : ସପନା ଚୌଧୁରୀ ଯିଏକି ନିଜ ଗୀତରେ ଲୋକଙ୍କ ହୃଦୟରେ ଘର କରିଛନ୍ତି, କିନ୍ତୁ ନିକଟ ଅତୀତରେ ସେ ଏପରି କିଛି କରିଥିଲେ, ଯାହା ପରେ ଲକ୍ଷ୍ନୌ କୋର୍ଟ ନୃତ୍ୟଶିଳ୍ପୀ ତଥା ଗାୟକ ସପନା ଚୌଧୁରୀଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛି। ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶାନ୍ତନୁ ଟାଗି ହରିୟାଣା ନୃତ୍ୟଶିଳ୍ପୀ ତଥା ଗାୟକ ସପନା ଚୌଧୁରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୨ ଅର୍ଥାତ ଆଜି ହେବାର ଥିଲା। କିନ୍ତୁ ମିଳିଥିବା ସୂଚନା ମୁତାବକ ନଭେମ୍ବର ୨୪ରେ ଏହାର ଶୁଣାଣି ହେବ।

ସପନାଙ୍କର ଗିରଫ ପଛର କାରଣ ଏହା ଯେ, ସେ ଏକ ଶୋ’କୁ ବାତିଲ କରିବା ପରେ ଦର୍ଶକଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ କରି ନ ଥିଲେ। ୨୦୧୮ ମସିହା ଅକ୍ଟୋବର ୧୪ ତାରିଖରେ ଆଶିଆନା ପୋଲିସ ଷ୍ଟେସନରେ ସପନା ଚୌଧୁରୀଙ୍କ ବିରୋଧରେ ଏହି ଅଭିଯୋଗ ଲେଖାଯାଇଥିଲା। ଅଭିଯୋଗ ହୋଇଥିଲା ଯେ ଅକ୍ଟୋବର ୧୩ ତାରିଖରେ ଲକ୍ଷ୍ନୌର ସ୍ମୃତି ଭବନରେ ଅପରାହ୍ନ ୩ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଏକ ସୋ ଆୟୋଜିତ ହୋଇଥାନ୍ତା, କିନ୍ତୁ ସପନା ପହଞ୍ଚି ନଥିଲେ ଓ ଶୋ ଦେଖିବା ପାଇଁ ଟିକଟ କାଟିଥିବା ଦର୍ଶକଙ୍କର ଟଙ୍କା ନେଇ ଚମ୍ପଟ ମାରିଥିଲେ। ତେଣୁ ତାଙ୍କ ନାମରେ ପୋଲିସ୍ ଥାନାରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ଯାହାର କି ପରବର୍ତ୍ତୀ ଶୁଣାଣି ୨୪ ନଭେମ୍ବରରେ ହେବ। ଆଉ ଏହି ଶୁଣାଣି ପରେ ତାଙ୍କୁ ଜେଲ୍ ହୋଇପାରେ। ତାଙ୍କ ନାମରେ ୪୨୦ର ଦଫା ଲାଗିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ, ସପନା ଚୌଧୁରୀଙ୍କ ବିରୋଧରେ ପଞ୍ଜୀକୃତ ଏହି ମାମଲା ପ୍ରାୟ ୪ ବର୍ଷ ପୁରୁଣା। ୧୪ ଅକ୍ଟୋବର ୨୦୧୮ ମସିହାରେ ଆଶିନା ପୋଲିସ ଷ୍ଟେସନରେ ସପନା ଚୌଧୁରୀଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ଅଭିଯୋଗ ହୋଇଛି ଯେ ଦର୍ଶକମାନେ ୩୦୦ ରୁ ୫୦୦ ଟଙ୍କା ଦେଇ ଏକ କାର୍ଯ୍ୟକ୍ରମ ପାଇଁ ଟିକେଟ କିଣିଥିଲେ। ଯେଉଁଠାରେ ସପନା ଚୌଧୁରୀ ଆସିବାର ଥିଲା। ସପନା ଚୌଧୁରୀଙ୍କୁ ଏହି ସୋ ରେ ଦେଖିବା ପାଇଁ ହଜାର ହଜାର ଲୋକ ଉପସ୍ଥିତ ଥିଲେ। କିନ୍ତୁ ଯେତେବେଳେ ସପନା ଚୌଧୁରୀ ରାତି ୧୦ ଟା ପର୍ଯ୍ୟନ୍ତ ଆସି ନଥିଲେ, ଦର୍ଶକମାନେ ହୋହାଲା ସୃଷ୍ଟି କରିବାକୁ ଲାଗିଲେ। ଅଭିଯୋଗ ହୋଇଛି ଯେ ଏହି ଉତ୍ତେଜନା ପରେ ମଧ୍ୟ ଲୋକଙ୍କୁ ଟଙ୍କା ଫେରସ୍ତ କରିନଥିଲେ ସ୍ୱପ୍ନାଙ୍କ ପାଇଁ କାର୍ଯ୍ୟ କରୁଥିବା ସେଠାକାର କର୍ମଚାରୀ। ତେଣୁ ସ୍ୱପ୍ନାଙ୍କ ନାମରେ ଠକେଇ କରିଥିବାର ଅଭିଯୋଗ ହୋଇଥିଲା। ଆଉ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ, ସେ ଅତିଶୀଘ୍ର ଏହି ମାମଲାରେ ଗିରଫ ହେବେ।ଲକ୍ଷ୍ନୌ ପୋଲିସ୍ ଅତିଶୀଘ୍ର ତାଙ୍କୁ ଗିରଫ କରିପାରେ।

Leave a Reply

Your email address will not be published. Required fields are marked *