ସଂସ୍କାର : ନିକଟରେ ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଶୋକ ସ୍ତମ୍ଭକୁ ଉନ୍ମୋଚିତ କରିଥିଲେ । କିନ୍ତୁ ବର୍ତ୍ତମାନ ଏହାର କରିଗରୀକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉନ୍ମୋଚିତ ହୋଇଥିବା ଅଶୋକ ସ୍ତମ୍ଭ ପୁରୁଣା ଅଶୋକ ସ୍ତମ୍ଭ ଭଳି ବିଲକୁଲ୍ ଲାଗୁ ନାହିଁ ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି।
ନୂଆ ଅଶୋକ ସ୍ତମ୍ଭରେ ଥିବା ସିଂହର ମୁହଁ ପୂରୁଣା ସିଂହର ମୁହଁର ଆକାର ଭଳି ହୋଇନାହିଁ। ଏଥିରେ ସିଂହର ହିଂସ୍ର ରୂପ ଦେଖିବାକୁ ମିଳିଛି। ଯାହାକି ବିରୋଧୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ନୂଆ ଅଶୋକ ସ୍ତମ୍ଭଟି ଆମ ଜାତୀୟ ପ୍ରତୀକ ପାଇଁ ଅପମାନ ବୋଲି ଟିଏମସି ସାଂସଦ ଜୱାହର ସରକାର କହିଛନ୍ତି ।
ପୁରୁଣା ଅଶୋକ ସ୍ତମ୍ଭରେ ଥିବା ସିଂହମୋନ ଅନୁଶାସନପ୍ରିୟ ଓ ଆତ୍ମବିଶ୍ୱାସ ଭରା ଦେଖାଯାଉଥିବା ବେଳେ ମୋଦିଙ୍କ ଦ୍ୱାରା ସଂସଦଭବନ ଉପରେ ନିମିର୍ତ ନୂଆ ଅଶୋକ ସ୍ତମ୍ଭରେ ସିଂହମାନେ ହିଂସ୍ର, ଅନାବଶ୍ୟକ ଭାବ, ଆକ୍ରାମକ ଓ ଅସଂଗତ ଦେଖାଯାଉଛନ୍ତି । ତେଣୁ ଏହାକୁ ତୁରନ୍ତ ବଦଳାଇବା ପାଇଁ ବେିରାଧୀମାନେ ଦାବି କରିଛନ୍ତି ।