ଛେଳି ଚୋରି କରି ଏଏସଆଇ ସସପେଣ୍ଡ , ଜାଣନ୍ତୁ କେଉଁଠି

ସଂସ୍କାର : ପୋଲିସ୍ ସାଜିଲା ଚୋର। ସେ ପୁଣି ଟଙ୍କା କିମ୍ବା ସୁନାଗହଣାର ଚୋର ନୁହେଁ, ବରଂ ଗୋଟିଏ ଛେଳି ଚୋରି କରି ଚର୍ଚ୍ଚାକୁ ଆସିଛି ବଲାଙ୍ଗୀରି ପୋଲିସ୍। ଚୋରିରେ ସାମିଲ୍ ଥିଲେ ସମସ୍ତ ପୋଲିସ୍ ବାବୁ, କିନ୍ତୁ ଅଠା ବୋଳାଗଲା ଜଣେ ଏଏସଆଇଙ୍କ ମୁଣ୍ଡରେ ଅର୍ଥାତ ଛେଳି ଚୋରି ଅଭିଯୋଗରେ ଏଏସଆଇ ବାବୁ ଜଣକ ବର୍ତ୍ତମାନ ସସପେଣ୍ଡ ହୋଇଯାଇଛନ୍ତି।

ବଲାଙ୍ଗିର ଏହି ଘଟଣା ବର୍ତ୍ତମାନ ରାଜ୍ୟ ଗଣମାଧ୍ୟମରେ ଚର୍ଚ୍ଚା ପରିସରକୁ ଆସିଛି। ଯେଉଁଠାରେ ପୋଲିସ ପାଲଟିଛି ଚୋର। ବଲାଙ୍ଗୀରିର ସିନ୍ଦେକେଲା ଥାନା ଏଏସଆଇ ସୁମନ ମଲ୍ଲିକ ବର୍ତ୍ତମାନ ଏହି ଚୋରି ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି। ଏଏସଆଇ ସୁମନ ମଲ୍ଲିକଙ୍କୁ ସସପେଣ୍ଡ କରିଛନ୍ତି ବଲାଙ୍ଗିରି ଏସପି। ଛେଳି ଚୋରି କରି ଭୋଜି କରିବା ଅଭିଯୋଗରେ ଏଏସଆଇଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି।

Leave a Reply

Your email address will not be published. Required fields are marked *