ବିଶ୍ୱ ଚାମ୍ପିଅନ୍ ଏମ୍.ସି. ମେରି କୋମ୍ ଏସୀୟ କ୍ୱାଲିଫାୟର୍ସ ସେମିଫାଇନାଲକୁ ଯାଇଛନ୍ତି । ଜୋର୍ଡାନରେ ଆଜି ଫିଲିପାଇନ୍ସର ମାଗ୍ନୋ ଉପରେ ଆରାମଦାୟକ ବିଜୟ ହାସଲ କରି ସେ ଅର୍ଜନ କରିଛନ୍ତି ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ।
୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ମେରି କୋମ୍ ଆମ୍ମାନରେ ୫-୦ ରେ ଯୋଗ୍ୟତା ଅର୍ଜନ କରିଥିଲେ, ଯେତେବେଳେକି ତାହା ଥିଲା ମହିଳା ବକ୍ସିଂର ପ୍ରଥମ ପ୍ରଦର୍ଶନ ।
୩୭ ବର୍ଷୀୟା ମେରି ସେମିଫାଇନାଲରେ ଚାଇନାର ୟୁଆନ୍ ଚାଙ୍ଗ୍ ବିପକ୍ଷରେ ଖେଳିବେ । ଚାଙ୍ଗ ଜଣେ ପୂର୍ବତନ ଯୁବ ଅଲିମ୍ପିକ୍ସ ଚାମ୍ପିଅନ୍ ।