ମହାକାଶଚାରୀ ରକେଟରେ ବସି ଆକାଶ ଡେଇଁ ଚାଲିଯାନ୍ତି ମହାଶୂନ୍ୟକୁ, ଅନ୍ତରୀକ୍ଷକୁ । ପିଲାବେଳେ ଯେତେବେଳେ ପିଲାଙ୍କୁ ପଚାରଯାଏ ଯେ ବଡ଼ ହେଲେ ସେମାନେ କ’ଣ ହେବେ, ଅଧିକାଂଶ ପିଲା କୁହନ୍ତି ମହାକାଶଚାରୀ । ତେବେ ଜଣେ ମହାକାଶଚାରୀ ଯାତ୍ରୀ ମହାଶୂନ୍ୟରେ କେମିତି ବିତାଏ ତା’ ଜୀବନଶୈଳୀ ତାହା ଜାଣିବା ପାଇଁ ସମସ୍ତଙ୍କ ଭିତରେ ଥାଏ ଏକ ଉତ୍କଣ୍ଠା । ସେହିପରି କେଶ ଧୋଇବା ନେଇ ସୋସିଆଲ ମିଡ଼ିଆରେ ଜାରି ହୋଇଛି ଏକ ଭିଡ଼ିଓ ଯାହା ଭାଇରାଲ ହେବାରେ ଲାଗିଛି ।
ଜୀବନଶୈଳୀ ଭିତରେ ମହାକାଶଚାରୀଙ୍କ ଦାନ୍ତ ଘଷିବା, ଖାଦ୍ୟ ଖାଇବା ଇତ୍ୟାଦି ପୂର୍ବରୁ ଜାଣିବାକୁ ମିଳିଛି । ମାତ୍ର ବର୍ତ୍ତମାନ କିପରି ନିଜର କେଶ ସଫା କରିବ ତାକୁ ନେଇ ଏକ ଭିଡ଼ିଓ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବ । ଦେଖନ୍ତୁ ଏହି ଭିଡ଼ିଓରେ କିପରି ମହାକାଶଚାରୀ ମାନେ ନିଜର କେଶ ଧୁଅନ୍ତି ।