ଟଙ୍କା ବ୍ୟାଗ ଭାବି ଦୁବୃର୍ତ ଲୁଟିନେଲେ ପିଲାଟିର ପାଠ ପଢା ବ୍ୟାଗ, ପିଲାର ମାଆ ହୋଇଛନ୍ତି କ୍ଷତବିକ୍ଷତ..

ସଂସ୍କାର : ଟଙ୍କା ବ୍ୟାଗ ଭାବି ଦୁବୃର୍ତ ଲୁଟିନେଲେ ପିଲାଟିର ପାଠପଢା ବ୍ୟାଗ । ଟଙ୍କା ଲୁଟ କରିବା ପାଇଁ ମହିଳାଙ୍କୁ ରାସ୍ତା ମଝିରେ ହାଣି ପ୍ରଣାତ୍ମକ ଆକ୍ରମଣ କଲେ ୩ ଦୁବୁର୍ତ। ଏଭଳି ଘଟଣା ଘଟିଛି କପ୍ତିପଦା ସାହି ତେନ୍ତୁଳିପଦା ଗ୍ରାମରେ। ସେହି ଗ୍ରାମର ରୀନା ଦାସ କପ୍ତିପଦାରେ ବ୍ୟାଙ୍କ କାମ ସାରି ଗତ କାଲି ରାତି ୯ଟାରେ ନିଜର ୫ବର୍ଷର ଝିଅକୁ ସ୍କୁଟିରେ ଧରି ଘରକୁ ଫେରୁଥିଲେ।

କିନ୍ତୁ ତେନ୍ତୁଲିସାହି ଛକ ନିକଟରେ ୩ ଜଣ ଦୁବୁର୍ତ ଏକ ବାଇକ୍ ରେ ଆସି ପଛ ପାଖରୁ ଆକ୍ରମଣ କରିଥିଲେ । ଯେଉଁଥିରେ ମହିଳା ରୀନା ଦାସ ଏବଂ ତାଙ୍କ ଝିଅ ତଳେ ପଡିଯାଇଥିଲେ । ଝିଅକୁ ତଳେ ଉଠାଇବାବେଳେ ଦୁବୁର୍ତମାନେ ଏକ ଭୁଜାଲିରେ ମହିଳାଙ୍କୁ ଆକ୍ରମଣ କରିଥିଲେ ।

ମହିଳା ଜଣକ ପାଟି କରିବା ପରେ ଦୁବୁର୍ତମାନେ ମହିଳାଙ୍କ ଝିଅର ପଢା ବ୍ୟାଗକୁ ଟଙ୍କା ବ୍ୟାଗ ଭାବି ନେଇ ଖସି ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ରିନାଙ୍କୁ କପ୍ତିପଦା ମେଡିକାଲରେ ଭର୍ତି କରାଯାଇଥିଲାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

Leave a Reply

Your email address will not be published. Required fields are marked *