ମାଉସୀ – ପୁତୁରା ପ୍ରେମ୍ କାହାଣୀ : ମାଉସୀ ଆଣିଲା ପୁତୁରା ନାଁରେ ଶାରୀରିକ ସମ୍ପର୍କର ଅଭିଯୋଗ

ସଂସ୍କାର : କଥାରେ ଅଛି ପ୍ରେମ ବୟସ ମାନେନି। ସେ ୫୦ ବର୍ଷୀୟ ମହିଳା ସହ ୨୫ ବର୍ଷୀୟ ଯୁବକ ହେଉ ଅବା ୬୭ ବର୍ଷୀୟ ବୃଦ୍ଧ ସହ ୧୯ ବର୍ଷୀୟ ଯୁବତୀଙ୍କ ପ୍ରେମ୍ ସମ୍ପର୍କ କଥା। ତେବେ ରାଜଧାନୀ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରୁ ଆସିଛି ଏଭଳି ଏକ ପ୍ରେମ ସମ୍ପର୍କର ମାମଲା ଯାହାକୁ ପଢିଲେ ଆପଣ ବି ତାଯୁବ ହୋଇଯିବେ।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଶେଖରପୁର ଥାନା ଅଧିନସ୍ଥ ନୀଳାଦ୍ରି ବିହାର ଅଞ୍ଚଳରୁ ଆସିଛି ମାଉସୀ ଓ ପୁତୁରା ମଧ୍ୟରେ ପ୍ରେମ୍ ସମ୍ପର୍କ କଳି। ଜଣେ ୪୨ ବର୍ଷିୟା ମାଉସୀ ତାଙ୍କର ଜଣେ ୨୮ ବର୍ଷିୟ ପୁତୁରା ପ୍ରେମରେ ଉବୁଟୁବୁ ହୋଇସାରିଛନ୍ତି। ସେପଟେ ବର୍ତ୍ତମାନ ସ୍ଥିତି ଏପରି ଯେ, ପୁତୁରା ଜଣକ ବିବାହ କରିବା ପରେ ମଧ୍ୟ ମାଉସୀ ତାଙ୍କର ପ୍ରେମିକ ପୁତୁରାକୁ ଛାଡୁନାହାନ୍ତି। ମାଉସୀ ଜଣକ ତାଙ୍କ ପ୍ରେମିକ ପୁତୁରାକୁ କହୁଛନ୍ତି , ତୁମେ ବିବାହ କର, ମୋର ସେଥିରେ କିଛି ଆପତ୍ତି ନାହିଁ , କିନ୍ତୁ ମୋତେ ତୁମର ରକ୍ଷିତା କର।

ତେବେ ପୁତୁରାର ଘରଲୋକ ବର୍ତ୍ତମାନ ପୁଅର ବିବାହ କରିଦେଇଥିବା ବେଳେ ମାଉସୀଙ୍କ ନାମରେ ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ଅନୁଯାୟୀ , ୨୦୧୭ ମସିହାରୁ ଭୁବନେଶ୍ୱରର ୟୁନିଟ୍‌ ୬ ଅଞ୍ଚଳରେ ୪୨ ବର୍ଷୀୟ ମହିଳା ଛଦ୍ମନାମ (ସାଲିନି ସାହୁ) ନୀଳାଦ୍ରିବିହାରରେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଘରେ ରହୁଥିଲେ । ଏଠାରେ ରହିବା ସମୟରେ ଭଉଣୀଙ୍କ ୨୮ ବର୍ଷୀୟ ପୁଅ ଛଦ୍ମନାମ(ମନୋଜ)ଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ ଏହି ମହିଳା। ଉଭୟ ପରେ ଖୁଲମଖୁଲା ବୁଲାବୁଲି କରୁଥିଲେ । ତେବେ ଘର ଲୋକ ହଠାତ୍‌ ପୁତୁରାର ବାହାଘର କରିଦେବାରୁ ଏବେ ପ୍ରେମିକା ମାଉସୀ ଅସ୍ଥିର ହୋଇଯାଇଛନ୍ତି।

ଅନ୍ୟପଟେ ପୁତୁରା ବର୍ତ୍ତମାନ ମାଉସୀଙ୍କୁ ଛାଡି ନିଜର ପରିବାର ସମ୍ଭାଳିବା ପାଇଁ ଅଣ୍ଟା ଭିଡିଛନ୍ତି। କିନ୍ତୁ ମାଉସୀ ଏଥିରେ ରାଜି ନହୋଇ ଚନ୍ଦ୍ରଶେଖରପୁର ଥାନାରେ ପୁତୁରା ବିରୋଧରେ ପ୍ରତାରଣା ଓ ଶାରିରୀକ ସମ୍ପର୍କ ଭଳି ଏକ ସଙ୍ଗୀନ୍ ଅଭିଯୋଗ କରିଛନ୍ତି । ତେବେ ମଉସୀର ଅଭିଯୋଗ ଅନୁଯାୟୀ, ପୋଲିସ ପୁତୁରାକୁ ଅଟକ ରଖି ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *