କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜାରି ହେଲା ଯୌନକ୍ରିୟା ସମ୍ପର୍କିତ ଅଜବ ନିର୍ଦ୍ଦେଶନାମା : ପଢନ୍ତୁ ପୁରା ରିପୋର୍ଟ

କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅଷ୍ଟ୍ରେଲିଆରେ ଦମ୍ପତ୍ତିଙ୍କ ପାଇଁ ଜାରି ହେଲା ଅଜବ ନିର୍ଦ୍ଦେଶନାମା । ସର୍ବସାଧାରଣ ସ୍ଥାନରେ ଅତି କମରେ ଦେଢ ମିଟର ଦୂରତା ରଖିବା ସହିତ ସାଥୀକୁ କିପରି ଆଲିଙ୍ଗନ କରାଯିବ ତାହା ମଧ୍ୟ ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି । ଏମିତିକି ଶୋଇବା ଘରେ ଦମ୍ପତି କିପରି ରହିବେ ସେନେଇ ମଧ୍ୟ କିଛି ନିୟମ ପ୍ରସ୍ତୁତ କରାଯାଇଛି ।

ନ୍ୟୁ ସାଉଥ ୱେଲ୍ସର ସ୍ୱାସ୍ଥ୍ୟ ୱେବସାଇଟରେ ଶୋଇବା ଘର ସହିତ ଜଡିତ କୋଭିଡ ସୁରକ୍ଷା ନିର୍ଦ୍ଦେଶାବଳୀ ରହିଥିବା ବେଳେ କିଛି ଏମିତି ଲେଖା ଅଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଗାଇଡଲାଇନରେ ଶାରୀରିକ ସମ୍ପର୍କ ଅର୍ଥାତ ଯୌନକ୍ରିୟା ସମୟରେ ବି ଶାରୀରିକ ଦୂରତା ରଖିବାକୁ କୁହାଯାଇଛି । ଏ ଦୂରତା ଦେଢ ମିଟର ହେବା ଜରୁରୀ ।

ଏପର୍ଯ୍ୟନ୍ତ ଶୁକ୍ରାଣୁ କିମ୍ବା ଯୋନୀ ତରଳ ମାଧ୍ୟମରେ କୋଭିଡ ସଂକ୍ରମଣର ନିଶ୍ଚିତତା ହୋଇନାହିଁ । କିନ୍ତୁ ଏହି ରୋଗ ବୁନ୍ଦା ମାଧ୍ୟମରେ ବିସ୍ତାର ହୋଇପାରେ । ତେଣୁ ଚୁମ୍ବନ ଦେବା ପୂର୍ବରୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ୱେବସାଇଟରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ କୋଭିଡ ହେତୁ ଜଣେ ବାହାର ଲୋକ ସହିତ ଶାରୀରିକ ସମ୍ପର୍କ ରଖିବା ବିପଦପୂର୍ଣ୍ଣ ଅଟେ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଜାରି କରାଯାଇଥିବା ନିୟମ ଅନୁସରଣ କଲେ ଏହା ଆପଣଙ୍କୁ କେବଳ କରୋନାରୁ ରକ୍ଷା କରିବ ନାହିଁ, ବରଂ ଆପଣ STI ରୁ ମଧ୍ୟ ରକ୍ଷା ପାଇବେ । ଜନ୍ମକୁ ନିୟନ୍ତ୍ରଣ କରିବାର ଏହା ଏକ ପ୍ରଭାବଶାଳୀ ଉପାୟ ମଧ୍ୟ ହେବ । ନିରାପଦରେ ରହିବା ପାଇଁ ଲୋକଙ୍କୁ ଏକକ ଯୌନ ସମ୍ପର୍କ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *