ସଂସ୍କାର : ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇ ସାରିଛି ଅଲିମ୍ପିକ୍ସ। କ୍ରୀଡା ଗ୍ରାମରେ ଚାଲିଛି ଆଥଲେଟଙ୍କ ମଧ୍ୟରେ ଜୋରଦାର ଟକ୍କର । ତେବେ ଏହାରି ମଧ୍ୟରେ ଏକ ଅଷ୍ଟ୍ରେଲିଆ ଆଥଲେଟଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆର ଆଥଲେଟ ଜେସିକା ଫକ୍ସ ନିକଟରେ କାନୋଇ ସ୍ଲେଲମ୍ ବା ବୋଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା ସହ ସେ ଏକ ଗୋଲ୍ଡ ମେଡାଲ ମଧ୍ୟ ନିଜ ନାଁରେ କରିଛନ୍ତି । ତେବେ ସେ ଏହି ଗୋଲ୍ଡ ମେଡାଲ ଓ ବ୍ରୋଞ୍ଜ ମେଡାଲ ଜିତିବାର ଶ୍ରେୟ ଦେଇଛନ୍ତି ଏକ କଣ୍ଡୋମକୁ। ସେ ଏହି ଦୁଇଟି ବିଜୟ ପାଇଁ କଣ୍ଡୋମକୁ ଧନ୍ୟବାଦ ଦେଇଛନ୍ତି ।
ସେ ନିକଟରେ ଶର୍ଟ ଭିଡ଼ିଓ ତିଆରି ମୋବାଇଲ ଆପ୍ ଟିକଟକ୍ ରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ଏହି ଭିଡ଼ିଓ ରେ ସେ ଏକ କଣ୍ଡୋମକୁ ହାତରେ ଧରିଥିବାର ନଜର ଆସିଥିଲା। ଏହି ଭିଡ଼ିଓରେ ସେ କ୍ୟାପସନ୍ ଲେଖିଥିଲେ ଯେ, ” କଣ୍ଡୋମ ଦ୍ୱାରା ଡଙ୍ଗା ରେ ବ୍ୟବହାର କରାଯାଉଥିବା କାତକୁ ସଫଳ ଭାବରେ ମରାମତି କରାଯାଇପାରିବ। ଆହୁଲା ହାତରୁ ଯେପରି ନ ଖସିବ, ଏଥିପାଇଁ ମଧ୍ୟ କଣ୍ଡୋମ ବ୍ୟବହାର କରାଯାଏ।
ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଜଣେ ବ୍ୟକ୍ତି ପ୍ରଥମେ ଏକ ବେସିନରେ କାର୍ବନ ମିଶ୍ରଣ ଲଗାଉଛନ୍ତି । ପରେ ସେହି ମିଶ୍ରଣକୁ ସୁରକ୍ଷିତ କରିବାକୁ ଏକ କଣ୍ଡୋମର ଉପଯୋଗ କରୁଛନ୍ତି । ଜେସିକା ଆହୁରି ଲେଖିଥିଲେ ଯେ, କଣ୍ଡୋମ କାର୍ବନକୁ ଆହୁରି ଚିକ୍କଣ କରିଥାଏ । ଯାହା କାୟକରେ ବ୍ୟବହାର ହୁଏ ।
ତେବେ ଏଠାରେ ଆମେ ସୂଚନାଦେବୁ ଯେ, ଅଲିମ୍ପିକ୍ସ ଆୟୋଜନ ସମିତି କ୍ରୀଡା ଗ୍ରାମରେ ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ କହିଥିଲେ ଯେ, ଯେଉଁ କଣ୍ଡୋମ ଆଥଲେଟ ମାନଙ୍କୁ ବଣ୍ଟାଯାଇଛି ତାହା କ୍ରୀଡାଗ୍ରାମରେ ବ୍ୟବହାର କରାଯିବ ନାହିଁ । ଟୋକିଓରେ ଆୟୋଜକଙ୍କ ଦ୍ୱାରା ପ୍ରାୟ ୬୦ ହଜାର କଣ୍ଡୋମ ବଣ୍ଟାଯାଇଥିଲା । କିନ୍ତୁ ଆଥଲେଟମାନଙ୍କୁ କ୍ରୀଡା ଗ୍ରାମ ବଦଳରେ ଘରେ ଏହାର ବ୍ୟବହାର କରିବା ପାଇଁ କୁହାଯାଇଛି।