ଭୁଲରେ ବି Google ରେ ସର୍ଚ୍ଚ କରନ୍ତୁ ନି ଏହି ତିନୋଟି ବିଷୟ, ସର୍ଚ୍ଚ କଲେ ଯିବେ ସିଧା ଜେଲ୍…

ସଂସ୍କାର : ସର୍ଚ୍ଚ ଇଞ୍ଜିନ ଗୁଗୁଲ ଆଜିର ଯୁଗରେ ସଭିଙ୍କର ସମସ୍ୟା ସମାଧାନ କରୁଛି। ଯେଉଁ ବ୍ୟକ୍ତିର ଯେକୌଣସି ବିଷୟରେ ଜାଣିବାକୁ ହେଲେ ସେ ସଂଗେ ସଂଗେ ଗୁଗୁଲର ସାହାଯ୍ୟ ନେଇଥାଏ। କିନ୍ତୁ କେତେକ ବିଷୟ ଅଛି ଯଦି ଆପଣ ଗୁଗୁଲରେ ସର୍ଚ୍ଚ କରନ୍ତି ତେବେ ଅସୁବିଧାରେ ପଡିପାରନ୍ତି। ଏମିତିକି ଆପଣଙ୍କୁ ପୋଲିସ ମଧ୍ୟ ବାନ୍ଧି ନେଇପାରେ।

ତେବେ ଆଜିର ଏହି ଆର୍ଟିକାଲରେ ଆମେ ତିନୋଟି ବିଷୟରେ ଉଲେଖ୍ୟ କରିଛୁ। ଏହି ବିଷୟ ଉପରେ ଯଦି ଆପଣ ଗୁଗୁଲରେ ସର୍ଚ୍ଚ କରନ୍ତି ତେବେ ଜେଲ୍ ଯିବାଠୁ ଆପଣଙ୍କୁ କେହି ରୋକି ପାରିବେ ନାହିଁ।

1) ଚାଇଲ୍ଡ ପର୍ଣ୍ଣୋଗ୍ରାଫି :

ଚାଇଲ୍ଡ ପର୍ଣ୍ଣୋଗ୍ରାଫିର ଅର୍ଥ ହେଉଛି 18 ବର୍ଷରୁ କମ ବୟସର ପିଲାମାନଙ୍କ ସହିତ ଜଡିତ ଅଶ୍ଳୀଳ ବିଷୟଵସ୍ତୁ ଉପରେ ଯଦି ଆପଣ ସର୍ଚ୍ଚ କରନ୍ତି, ତେବେ ଆପଣଙ୍କୁ ଏହାର ଭାରି ରକମ ଦେବାକୁ ପଡିବ।

ଆମ ଦେଶରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ଭାରତ ସରକାର କଠୋର ଆଇନ ପ୍ରଣୟନ କରିଛନ୍ତି। ଯାହା ଆପଣଙ୍କୁ POSCO ଆକ୍ଟ ଅନୁଯାୟୀ ଜେଲର ଚାରିକାନ୍ଥ ଦେଖାଇପାରେ । ଯଦି ଆପଣ Google ରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସର୍ଚ୍ଚ କରିବା ପରେ ଧରାପଡିବେ , ତେବେ ଆପଣଙ୍କୁ 5ରୁ 10 ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ।

2) ବୋମା ତିଆରି କରିବା ଉପାୟ :

ଯଦି ଆପଣ ଗୁଗୁଲର ସାହାଯ୍ୟ ନେଇ ବୋମା ତିଆରି କରନ୍ତି, ତାହା ପରେ ସେହି ବୋମା ଫୁଟିବା ଆଗରୁ ଆପଣ ପ୍ରଥମେ ଜେଲ୍ ପହଂଚିସାରିଥିବେ। ଏହି ବିଷୟରେ ସର୍ଚ୍ଚ କରିବା ବ୍ୟକ୍ତିଙ୍କୁ ପୋଲିସ ପ୍ରଥମେ କାବୁ କରିଥାଏ।

ବୋମା ତିଆରି ଉପାୟ ସର୍ଚ୍ଚ କରିବା ମାତ୍ରେ ଆପଣ ସୁରକ୍ଷା ଏଜେନ୍ସିର ରାଡାରରେ ଆସିଯିବେ ଓ ତା’ପରେ ଆପଣଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଏମିତିକି ଆପଣଙ୍କୁ ମୋଟା ଅଙ୍କର ତଣ୍ଡ ଆଉ ବର୍ଷ ବର୍ଷ ଧରି ଜେଲ୍ ଦଣ୍ଡ ବି ଭୋଗିବାକୁ ପଡିପାରେ।

3) ଗର୍ଭ ନଷ୍ଟ କରିବା ବିଷୟରେ ସର୍ଚ୍ଚ କରିବା :

ଗୋଟିଏ କୋମଳମତି ଶିଶୁ ପୃଥିବୀକୁ ଆସିବା ପୂର୍ବରୁ ଯଦି ଆପଣ ତାକୁ ମାରିବା ପାଇଁ କିଛି ଉପାୟ ଗୁଗୁଲରେ ସର୍ଚ୍ଚ କରନ୍ତି ତେବେ ଆପଣଙ୍କୁ ପୋଲିସ କବଳରୁ କେହି ବି ବଞ୍ଚାଇ ପାରିବେ ନାହିଁ। ଗର୍ଭପାତ କରିବା ବିଷୟରେ ସର୍ଚ୍ଚ କଲେ ଆପଣ ହିଁ ଅସୁବିଧା ପଡିବେ। ଭାରତ ସରକାର ଏଥିପାଇଁ କଡ଼ା ନିୟମ କରିଛନ୍ତି ।

Leave a Reply

Your email address will not be published. Required fields are marked *