କ୍ଷମା ମାଗିଲେ ବାବୁସାନ, କହିଲେ ମୋର ସ୍ତ୍ରୀ ଆଉ ଶ୍ବଶୁର ଅବସ୍ଥା ହେଲେଣି ! ଦେଖନ୍ତୁ ଭିଡ଼ିଓ

ସଂସ୍କାର : ବିବାଦ ପରେ ନିଜକୁ ସୁଧାରିଛନ୍ତି ଓଲିଉଡ ଷ୍ଟାର ବାବୁସାନ । ଏକ ଭିଡିଓ ରିଲିଜ୍ କରି ବାବୁସାନ ଓଡିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ସହ ଏମିତି ଆଗକୁ କୌଣସି କାମ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ଚକଲେଟ ଷ୍ଟାର୍ ।

ତେବେ ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଯେଉଁ ଭୁଲ ବୁଝାମଣା ହୋଇଥିଲା ତାର ସମାଧାନର ସଙ୍କେତ ମିଳୁଛି ଏ ଭିଡିଓ ରୁ । ଜୁଲାଇ ୨୩ ତାରିଖ ଦିନ ଏହି ଷ୍ଟାର ଘର କଥା ଦାଣ୍ଡରେ ପଡି ହାଟରେ ଗଡିଥିଲା। କଳିର ଭିଡିଓ ବି ଭାଇରାଲ ହୋଇଥିଲା ।

ବାବୁସାନ , ତୃପ୍ତି ଓ ପ୍ରକୃତିଙ୍କ ମାରପିଟ ଭିଡିଓ ମୋବାଇଲକୁ ମୋବାଇଲ ହୋଇଥିଲା ଭାଇରାଲ । ଯେଉଁ ଭିଡିଓ ଟି ବାବୁସାନଙ୍କ ଫ୍ୟାନ୍ସମାନଙ୍କୁ ନିରାଶ କରିଥିଲା ।

ପ୍ରକୃତିଙ୍କ ପାଇଁ ପରିବାର ଭାଙ୍ଗିଗଲା ବୋଲି ଅଭିଯୋଗ କରିଥିଲେ ବାବୁଙ୍କର ଧର୍ମପତ୍ନୀ ତୃପ୍ତି । ହେଲେ ଅଭିଯୋଗକୁ ଖଣ୍ଡନ କରି ସଫେଇ ଦେଇଥିଲେ ପ୍ରକୃତି ମ୍ୟାଡାମ । ହେଲେ ବଡ ପ୍ରଶ୍ନ ଏବେ ବାବୁସାନଙ୍କ ପାଖକୁ ଫେରିବେ କି ତୃପ୍ତି । ଏହି ଭିଡ଼ିଓ ମାଧ୍ୟମରେ ନିଜ ଇମେଜ ସୁଧାରିପାରିବେ କି ବାବୁଶାନ? ଏହା ଦେଖିବା ପାଇଁ ତାଙ୍କର ଶୁଭେଛୁ ଚାହିଁ ରହିଛନ୍ତି।

Leave a Reply

Your email address will not be published. Required fields are marked *