ସ୍ତ୍ରୀ ତୃପି ଓ ଶ୍ୱଶୁରଙ୍କ ସହିତ ଅଛନ୍ତି ବାବୁସାନ, ବାବୁ କହିଲେ…

ସଂସ୍କାର : ଗତ ଜୁଲାଇ 23 ତାରିଖରୁ ଘଟିଯାଇଥିବା ବାବୁସାନ , ତୃପ୍ତି ଆଉ ପ୍ରକୃତି ମିଶ୍ର ଷ୍ଟାର କଳିର ଅନ୍ତ ହେଉନାହିଁ। ଦିନକୁ ଦିନ ଏହା ନୂଆ ମୋଡ଼ ନେଉଛି। ହଁ, ମଝିରେ କେତେ ଦିନ ଏହି ମାମଲା ଶାନ୍ତ ପଡିଥିଲା। କିନ୍ତୁ ବର୍ତ୍ତମାନ ଏହି ମାମଲା ପୁଣି ମୁଣ୍ଡ ଟେକିଛି। କାରଣ ପ୍ରକୃତି ମିଶ୍ର ବିଚ ରାସ୍ତାରେ ନିଜର ମାନହାନି ହୋଇଥିବାରୁ 5 କୋଟି 10 ହଜାର ଟଙ୍କାର ଅର୍ଥ ରାଶି ମାଗିଛନ୍ତି। ଯଦି ଏତିକି ଟଙ୍କା ତୃପି ଆଉ ତାଙ୍କ ବାପା ଦେଇ ପାରୁ ନାହାନ୍ତି ତେବେ ସମସ୍ତଙ୍କ ସାମ୍ନାରେ ସେ ଦୁହେଁ ପ୍ରକୃତିଙ୍କୁ କ୍ଷମା ମାଗନ୍ତୁ ବୋଲି ପ୍ରକୃତିଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି।

ସେପଟେ ନିଜ ସ୍ତ୍ରୀ ତୃପ୍ତିକୁ ନ୍ୟାୟ ଦେବା ପାଇଁ ବାବୁସାନ ପ୍ରସ୍ତୁତ ହୋଇ ସାରିଲେଣି। ଏବେ ସେ ଠିକ ଆଉ ଭୁଲ୍ କେଉଁଠି ତାହା ବୁଝି ବାହାରି ଆସିଛନ୍ତି ଧର୍ମ ପତ୍ନୀ ଆଉ ଶ୍ୱଶୁରଙ୍କୁ ନ୍ୟାୟ ଦେବାପାଇଁ। ନିକଟରେ ସେ ଏକ ଭିଡିଓ ମାଧ୍ୟମରେ ସାରା ଓଡିଶାବାସୀଙ୍କୁ କହିଛନ୍ତି ଯେ ସେ ତାଙ୍କ ସ୍ତ୍ରୀ ଓ ତାଙ୍କ ଶଶ୍ୱରଙ୍କ ସହିତ ଠିଆ ହୋଇଛନ୍ତି।

ଏହି ଭିଡିଓ ଦେଖି ୨ ଦିନ ପରେ କୋର୍ଟ ମୁହାଁ ହୋଇଥିଲେ ପ୍ରକୃତି ମିଶ୍ର ଏବଂ ତୃପ୍ତିଙ୍କ ନାଁରେ କୋର୍ଟରେ କେସ ଦେଇଦେଲେ। ସେ ପୁଣି ମାନହାନି ମକଦ୍ଦମାର। କିନ୍ତୁ ଏ ଭିତରେ ବାବୁସାନ ପରିଷ୍କାର କରିଦେଇଛନ୍ତି ଯେ, ସେ ତାଙ୍କ ସ୍ତ୍ରୀଙ୍କ ସହ ସବୁବେଳ ପାଇଁ ଅଛନ୍ତି ଆଉ ରହିବେ ମଧ୍ୟ । ନିଜ ଭୁଲର ପ୍ରାୟଶ୍ଚିତ ସେ କରିଛନ୍ତି । ଯେମିତି ଏ ଭୁଲ ଆଗକୁ ନ ହୁଏ ସେଥିପ୍ରତି ମଧ୍ୟ ସେ ଧ୍ୟାନ ଦେବେ ।

ଯଦି ପ୍ରକୃତି ଆଇନର ଆଶ୍ରୟ ନେଇ କିଛି କରିବାକୁ ଚାହୁଁଛନ୍ତି ତେବେ ମୁଁ ମୋ ସ୍ତ୍ରୀଙ୍କୁ ମଧ୍ୟ ସପୋର୍ଟ କରିବି । ତାଙ୍କ ବାପା ମାଙ୍କ ଆର୍ଶୀବାଦ ତାଙ୍କସହ ଅଛି ବୋଲି ବାବୁସାନ କହିଛନ୍ତି । ତେବେ ଦେଖାଯାଉ ଏହି ଷ୍ଟାରକଳିଙ୍କ ମୋଡ କେଉଁବାଟେ ଯାଉଛି । ଆଉ ଏହାର ଅନ୍ତ କେଉଁଠି ହେଉଛି।

Leave a Reply

Your email address will not be published. Required fields are marked *