ଅତ୍ୟାଚାରୀ ବାପା, ଏପରି ସନ୍ତାନ ଜନ୍ମ ହେବା ପରେ ଜୀବନରୁ ମାରିଦେବାକୁ ଦେଲେ ନିର୍ଦ୍ଦେଶ କିନ୍ତୁ ମା କଲେ ଏହି କାମ..

Bajeneza Liberata, from Rwanda, who gave birth of such a child

Bajeneza Liberata of Rwanda : ଆପଣ ସମସ୍ତେ ଅନେକ ସିନେମାରେ ଏଲିଏନ୍ ଦେଖିଥିବେ ନିଶ୍ଚୟ। କିନ୍ତୁ ବାସ୍ତବ ଜୀବନରେ ଏପର୍ଯ୍ୟନ୍ତ କାହା ପାଖରେ ପ୍ରମାଣ ନାହାଁ। କିନ୍ତୁ ନିକଟରେ ପୂର୍ବ ଆଫ୍ରିକାର (East Africa) ରୁୱାଣ୍ଡାଠା (Rwanda) ରୁ ଏକ ଖବର ଶୁଣିବାକୁ ମିଳିଛି, ଯେଉଁଠାରେ ଜଣେ ମହିଳା ଏକ ଅଜବ ଦେଖାଯାଉଥିବା ସନ୍ତାନକୁ ଜନ୍ମ ଦେଇଛନ୍ତି। ସେଠାକାର ଲୋକମାନେ ସେହି ପିଲାକୁ ଏଲିଏନ୍ ବୋଲି କହୁଥିବାବେଳେ କିଛି ଲୋକ ତାଙ୍କୁ ଶୟତାନ ବୋଲି କହିଛନ୍ତି। ଏପରିକି ଶିଶୁର ପିତା ମଧ୍ୟ ତାଙ୍କୁ ଗ୍ରହଣ କରିନାହାଁନ୍ତି।

ପିତା ନିଜ ସନ୍ତାନର ମୃତ୍ୟୁ ପାଇଁ ଦେଇଥିଲେ ନିର୍ଦ୍ଦେଶ।

ଏକ ରିପୋର୍ଟ ଅନୁଯାୟୀ, ଶିଶୁଟିର ପିତା ସନ୍ତାନ ଜନ୍ମ ହେବା ମାତ୍ରେ ତାଙ୍କୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। କେବଳ ଏତିକି ନୁହେଁ ବାପା ନିଜ ସନ୍ତାନକୁ ହତ୍ୟା କରିବାର ଆଦେଶ ମଧ୍ୟ ଦେଇଛନ୍ତି।

କିନ୍ତୁ ଶିଶୁର ମା ରୁୱାଣ୍ଡାର ବାଜେନେଜା ଲିବରେଟା (Bajeneza Liberata) ଏଥିରେ ସହମତ ନୁହଁନ୍ତି। ଏହା ପରେ ପରିବାର ଏବଂ ସ୍ୱାମୀ ପିଲା ସହିତ ମା’କୁ ଏକୁଟିଆ ଛାଡି ଦେଇ ଥିଲେ। ଘରେ ରହିବା ପାଇଁ ସ୍ୱାମୀ ମହିଳାଙ୍କ ସମ୍ମୁଖରେ ଏକ ସର୍ତ୍ତ ରଖିଥିଲେ ଯେ ସେ ଯଦି ଘରେ ରହିବାକୁ ଚାହୁଁ ଛନ୍ତି ତେବେ ନିଜ ପିଲାକୁ ଛାଡ଼ିବାକୁ ହେବ।

ଶିଶୁର ମା ତାଙ୍କର ଏହି ଦୁଃଖ କାହାଣୀକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ତାଙ୍କ କାହାଣୀ ସେୟାର କରି ସେ କହିଛନ୍ତି ଯେ ଏହି ସମୟରେ ସେ ବହୁତ ବିବ୍ରତ ଅଛନ୍ତି। ତାଙ୍କ ସ୍ୱାମୀ ଏବଂ ପରିବାର ତାଙ୍କୁ ଛାଡି ଦେଇ ଛନ୍ତି। ଯେଉଁଥିପାଇଁ ତାଙ୍କୁ ହିଁ ନିଜ ସନ୍ତାନର ଯତ୍ନ ନେବାକୁ ପଡୁଛି । ଏହି କାରଣରୁ ମହିଳା ଜଣକ ନିଜ ସନ୍ତାନକୁ ବଂଚାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମସ୍ତେ ତାଙ୍କ ପିଲାକୁ ଏଲିଏନ୍ ବୋଲି କହୁଛନ୍ତି । ଏକ ସାକ୍ଷାତକାରରେ ସନ୍ତାନର ମା କହିଛନ୍ତି ଯେ ତାଙ୍କର ପୂର୍ବରୁ ସନ୍ତାନ ଅଛନ୍ତି, କିନ୍ତୁ ସେମାନେ ଅନ୍ୟ ପିଲାମାନଙ୍କ ପରି ସ୍ୱାଭାବିକ ଅଟନ୍ତି। ପିଲାଟିକୁ ଦେଖି ସମସ୍ତେ ତାଙ୍କୁ ପରିହାସ କରନ୍ତି। ଗ୍ରାମବାସୀ ପିଲା ଓ ମା’ଙ୍କୁ ବାସନ୍ଦ କରି ଦେଇଛନ୍ତି।

ଶିଶୁର ଏପରି ସମସ୍ୟା କାହିଁକି ରହିଛି ସେ ବିଷୟରେ ଡାକ୍ତରମାନେ ମଧ୍ୟ କିଛି କହିପାରୁ ନାହାଁନ୍ତି। ମା କହିଛନ୍ତି ଯେ ତାଙ୍କ ପୁଅ କୁ ବହୁତ ଯନ୍ତ୍ରଣା ହେଉଛି। ବର୍ତ୍ତମାନ ସେ ପୁଅର ଚିକିତ୍ସା ପାଇଁ ଅନଲାଇନ୍ ରେ ଲୋକଙ୍କଠାରୁ ସାହାଯ୍ୟ ମଧ୍ୟ ଲୋଡିଛନ୍ତି।

Leave a Reply

Your email address will not be published. Required fields are marked *