ଚିରାଫଟା ଜୋତାର ମୂଲ୍ୟ ୧.୪୩ ଲକ୍ଷ ଟଙ୍କା , ଅନଲାଇନରେ ଦାମ୍ ଦେଖି ୟୁଜର୍ ବେହୋସ, କହିଲେ…

ସଂସ୍କାର : ବଲେନସିୟାଗା ଏକ ବିଳାସପୂର୍ଣ୍ଣ ଫ୍ୟାଶନ ବ୍ରାଣ୍ଡ ଜୋତା ଆଣିଛି ଯାହାକି ଚିରା ଏବଂ ବହୁତ ପୁରୁଣା। ଏହାର ମୂଲ୍ୟ ଏତେ ଅଧିକ ଯେ ଆପଣ ଏହି ଜୋତାର ଦାମରେ ଏକ ଚାରିଚକିଆ ଗାଡି କିଣି ପାରିବେ।ବଲେନସିୟାଗାର ନୂଆ ଜୋତାଦେଖିବା ପରେ ଉପଭୋକ୍ତାମାନେ ସୋସିଆଲ ମିଡିଆରେ କମ୍ପାନୀକୁ ଟ୍ରୋଲ କରିବା ଆରମ୍ଭ କରିସାରିଲେଣି। ତେବେ ଏହିପରି ଜୋତାକୁ ପ୍ୟାରିସ ସ୍ନେକର କଲେକ୍ସନ କୁହାଯାଏ।

ଗଣମାଧ୍ୟମର ସୂଚନା ଅନୁସାରେ, କମ୍ପାନୀ ବଜାରରେ କେବଳ ୧୦୦ ଯୋଡା ଜୋତା କଲେକ୍ସନ ଆଣିଛି ଯାହା ସମ୍ପୂର୍ଣ୍ଣ ଚିରିଯାଇଛି। ଛିଣ୍ଡିଯାଇଥିବା ଜୋତାର ଦାମ ପାଖାପାଖି ୧୮୫୦ଡଲାର ରହିଛି। ଯାହାକି ଭାରତୀୟ ମୁଦ୍ରାରେ ୧ ଲକ୍ଷ ୪୩ ହଜାର ଟଙ୍କା ହେବ।

ଏହି ଚିରିଯାଇଥିବା ଜୋତା ସମଗ୍ର ବିଶ୍ୱରେ ଫ୍ରିଅର୍ଡର ପାଇଁ ଉପଲବ୍ଧ ହୋଇଛି। କିନ୍ତୁ ଏହାକୁ ଲୋକ କିଣିକି ନେବା ଆଶ୍ଚର୍ଯ୍ୟଜନକ। ବଲେନସିୟାଗା ଲେଖିଥିଲେ ବିଳାସପୂର୍ଣ୍ଣ ବ୍ରାଣ୍ଡ ଅନୁଯାୟୀ ବଜାରରେ ଏକ ନୂତନ ଜୋତା ଅଣାଯାଇଛି। ଏହା ଏକ କ୍ଲାସିକ ଡିଜାଇନ ଯାହା ମଧ୍ୟ ଶତାଦ୍ଦୀର ଆଥଲେଟିକ ସହ ସମାନ। ଏହି ଜୋତା କଳା,ଧଳା ଏବଂ ଲାଲ ରଙ୍ଗର,ଧଳା ରବର ବ୍ୟାଣ୍ଡ ସହିତ ଏବଂ ଆଙ୍ଗୁଠି ଦୃଶ୍ୟମାନ ହେବ।

ବଲେନସିୟାଗାର ଅଫିସିଆଲ ସାଇଟରେ ଥିବା ବର୍ଣ୍ଣନା ଅନୁଯାୟୀ ସ୍ନେକର୍ସ ସଂପୂର୍ଣ୍ଣ ଭାବେ କ୍ଷୟ ହୋଇଥିବା ସୂତା ଏବଂ ରବରରୁ ତିଆରି। ବାଲେନସିୟାଗାର ଏହି ସ୍ନେକର୍ସ ସେମାନଙ୍କ ୱେବସାଇଟ ମାଧ୍ୟମରେ ସାରା ବିଶ୍ୱରେ ଉପଲବ୍ଧ କରିଛି।

Leave a Reply

Your email address will not be published. Required fields are marked *