AUS Vs BAN : ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ତୃତୀୟ ଟି -20 ଆନ୍ତର୍ଜାତୀୟ ମ୍ୟାଚରେ ବାଂଲାଦେଶ ଏବଂ ଅଷ୍ଟ୍ରେଲିଆର ଦଳ ଶୁକ୍ରବାର ମୁହାଁମୁହିଁ ହୋଇଥିଲେ। ଢାକାରେ ଖେଳାଯାଇଥିବା ଏହି ତୃତୀୟ ଟି -20 ମ୍ୟାଚରେ ଅଷ୍ଟ୍ରେଲିଆ ଏକ ନୂତନ ଖେଳାଳି କୁ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ରେ 26 ବର୍ଷୀୟ ଦ୍ରୁତ ବୋଲର ନାଥନ୍ ଏଲିସ୍ ଡେବ୍ୟୁ କରିଥିଲେ ଏବଂ ସେ ପ୍ରଥମ ମ୍ୟାଚରେ ହିଁ ହ୍ୟାଟ୍ରିକ୍ ନେଇଥିଲେ।
ନାଥାନ୍ ଏଲିସ୍ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସରୁ ଆସିଛନ୍ତି ଏବଂ ବିଗ୍ ବ୍ୟାସ୍ ଲିଗରେ ହୋବର୍ଟ ହରିକାନ୍ସ ପାଇଁ ଖେଳୁଛନ୍ତି। ବାଂଲାଦେଶ ବିପକ୍ଷ ତୃତୀୟ ଟି -20 ମ୍ୟାଚରେ ନାଥନ ଏଲିସଙ୍କୁ ଆୟୋଜକଙ୍କୁ ଆଶ୍ଚର୍ଯ୍ୟ କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ଦିଆଯାଇଥିଲା। ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ପ୍ରଥମେ ବ୍ୟାଟିଂ କରି ବାଂଲାଦେଶୀ ଦଳ 19 ଓଭରରେ 122 ରନ୍ ହିଁ କରିଥିଲା। ଏବଂ 6 ଟି ୱିକେଟ୍ ଯାଇଥିବା ବେଳେ ଶେଷ ଓଭରରେ ବାଂଲାଦେଶ ଅର୍ଦ୍ଧଶତକ ହାସଲ କରିଥିବା ଅଧିନାୟକ ମହମୁଦୁଲ୍ଲାଙ୍କଠାରୁ କିଛି ଅଧିକା ରନ ପାଇଁ ଆଶା କରାଯାଉ ଥିଲା। ଶେଷ ଓଭରରେ ଅଷ୍ଟ୍ରେଲୀୟ ଅଧିନାୟକ ୱେଡ ଶେଷ ଦାୟିତ୍ୱ ନାଥନ ଏଲିସଙ୍କୁ ଦେଇଥିଲେ।
ଶେଷ ଓଭରର ପ୍ରଥମ ତିନୋଟି ବଲରେ ନାଥନ୍ ଏଲିସ୍ ପାଞ୍ଚ ରନ୍ ଦେଇଥିଲେ, କିନ୍ତୁ ପରେ ସେ ଶେଷ ତିନୋଟି ବଲରେ ଏକ ଚମତ୍କାର ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ ଏବଂ ନୂତନ ଇତିହାସ ସୃଷ୍ଟି କରିଥିଲେ। ସେ ଚତୁର୍ଥ ବଲରେ ମହମୁଦୁଲ୍ଲା (52), ପଞ୍ଚମ ବଲରେ ମୁସ୍ତାଫିଜୁର ରହମାନ (0) ଏବଂ ଶେଷ ବଲରୁ ମେହେଡି ହାସନ (6) ରେ ଆଉଟ କରି ହ୍ୟାଟ୍ରିକ୍ ନେଇଥିଲେ। 4 ଓଭରରେ 34 ରନ୍ ପାଇଁ ଏଲିସ୍ 3 ୱିକେଟ୍ ନେଇଥିଲେ। ବାଂଲାଦେଶ ଦଳ କେବଳ 20 ଓଭରରେ 9 ୱିକେଟ୍ ପାଇଁ 127 ରନ୍ ହିଁ କରିପାରିଥିଲା।
ଟି -20 କ୍ରିକେଟରେ ପ୍ରଥମ ଖେଳାଳି ଭାବେ ନାଥନ୍ ଏଲିସ୍ ଙ୍କ ହ୍ୟାଟ୍ରିକ୍।
ନାଥନ୍ ଏଲିସ୍ ମଧ୍ୟ ଏହା ସହିତ କିଛି ରେକର୍ଡ କରିଥିଲେ । ସେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁରେ ହ୍ୟାଟ୍ରିକ୍ ନେଇଥିବା ପ୍ରଥମ ଖେଳାଳି ହୋଇଛନ୍ତି। ଟି-୨୦ ଇଣ୍ଟରନ୍ୟାସନାଲରେ ଇନିଂସର ଶେଷ ତିନୋଟି ବଲରେ ହ୍ୟାଟ୍ରିକ୍ ନେଇଥିବା ପ୍ରଥମ ଖେଳାଳି ମଧ୍ୟ ହୋଇଛନ୍ତି ଏହା ସହ ସେ ଟି -20 କ୍ରିକେଟରେ ହ୍ୟାଟ୍ରିକ୍ ନେଇଥିବା ବ୍ରେଟ୍ ଲି ଏବଂ ଆଷ୍ଟନ୍ ଅଗ୍ରଙ୍କ ପରେ ତୃତୀୟ ଅଷ୍ଟ୍ରେଲୀୟ କ୍ରିକେଟର ହୋଇଛନ୍ତି।