ଫଟାଫଟ୍ ସାରି ଦିଅନ୍ତୁ ବ୍ୟାଙ୍କରେ ଥିବା ଆପଣଙ୍କ ଜରୁରୀ କାମ, ଅପ୍ରେଲ ମାସରେ ଏହି ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ଯଦି ଆପଣ ବ୍ୟାଙ୍କ ସହ ଜଡିତ କିଛି କାର୍ଯ୍ୟ କରିବାକୁ ଚିନ୍ତା କରୁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ଅନ୍ତତଃ ପକ୍ଷେ ଦେଖନ୍ତୁ ସେହି ଦିନ ବ୍ୟାଙ୍କ ବନ୍ଦ ଅଛି ନା ଖୋଲା । କାରଣ ୨୦୨୦-୨୧ ଆର୍ଥିକ ବର୍ଷର ଶେଷ ମାସ ହେତୁ ମାର୍ଚ୍ଚର ଶେଷ ଦିନରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଅପ୍ରେଲ ମାସର ଆରମ୍ଭ ମଧ୍ୟ ବ୍ୟାଙ୍କରେ ଛୁଟିଦିନରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ତେବେ ଅପ୍ରେଲ ମାସରେ ବ୍ୟାଙ୍କଗୁଡ଼ିକ ୧୩ ଦିନ ପାଇଁ ବନ୍ଦ ରହିବ । ଏତେ ଦିନ ବ୍ୟାଙ୍କ ବନ୍ଦ ହେବାକୁ ଥିବାରୁ ଗ୍ରାହକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆସନ୍ତୁ ଜାଣିବା କେଉଁ କେଉଁ ଦିନ ରହିବ ବ୍ୟାଙ୍କ ବନ୍ଦ ।

୧ ଅପ୍ରେଲ : ଏହି ଦିନ ଉତ୍କଳ ଦିବସ ହେତୁ ଓଡ଼ିଶାର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏହି ଦିନ ବ୍ୟାଙ୍କଗୁଡ଼ିକରେ ଆକାଉଣ୍ଟ ବନ୍ଦ ଥାଏ, ଯେଉଁ କାରଣରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହେ ।

୨ ଅପ୍ରେଲ : ଏହି ଦିନ ଗୁଡ୍ ଫ୍ରାଇଡ଼େ ପର୍ବ ଯୋଗୁଁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।

୪ ଅପ୍ରେଲ : ରବିବାର ହେତୁ ଏହି ଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଉଲ୍ଲେଖଥାଉ କି, ଏହି ଦିନ ଇଷ୍ଟର ପର୍ବ ମଧ୍ୟ ପଡୁଛି ।

୫ ଅପ୍ରେଲ : ଏହି ଦିନ ‘ବାବୁ ଜଗଜୀବନ ରାମ ଜୟନ୍ତୀ’ କାରଣରୁ ଦେଶର ଅନେକ ଅଞ୍ଚଳରେ ବ୍ୟାଙ୍କ ବନ୍ଦ ରହିବ ।

୧୦ ଅପ୍ରେଲ : ଏହି ଦିନ ମାସର ଦ୍ୱିତୀୟ ଶନିବାର ହେତୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

୧୧ ଅପ୍ରେଲ : ରବିବାର ହେତୁ ଏହି ଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିବ |

୧୩ ଅପ୍ରେଲ : ଏହି ଦିନ ଉଗାଡି, ତେଲୁଗୁ ନୂଆ ବର୍ଷ, ବୋହାଗ ବିହୁ, ଗୁଡ଼ି ପାଡ଼ୱା, ବୈଶାଖ, ବିଜୁ ଫେଷ୍ଟିଭାଲ ଆଦି ପର୍ବ ଯୋଗୁଁ ଦେଶର ଅନେକ ଅଞ୍ଚଳରେ ବ୍ୟାଙ୍କ ବନ୍ଦ ରହିବ ।

୧୪ ଅପ୍ରେଲ : ଡକ୍ଟର ଆମ୍ବେଦକର ଜୟନ୍ତୀ, ଅଶୋକା ଦି ଗ୍ରେଟଙ୍କ ଜନ୍ମଦିନ, ତାମିଲ ନୂଆ ବର୍ଷ, ମହାବିଷୁବ ସଙ୍କ୍ରାନ୍ତି, ବୋହାଗ ବିହୁ ଆଦି ଉତ୍ସବ ଯୋଗୁଁ ବ୍ୟାଙ୍କଗୁଡିକ ଏହି ଦିନ ବନ୍ଦ ରହିବ ।

୧୫ ଅପ୍ରେଲ : ହିମାଚଳ ଦିବସ, ବିଶୁ, ବଙ୍ଗାଳୀ ନୂଆ ବର୍ଷ, ସରହୁଲ ପର୍ବ ଯୋଗୁଁ ଦେଶର ଅନେକ ଅଞ୍ଚଳରେ ବ୍ୟାଙ୍କ ବନ୍ଦ ରହିବ ।

୧୮ ଅପ୍ରେଲ : ରବିବାର ହେତୁ ଏହି ଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।

୨୧ ଅପ୍ରେଲ : ରାମ ନବମୀ, ଗରିଆ ପୂଜା ଯୋଗୁଁ ବ୍ୟାଙ୍କଗୁଡ଼ିକ ଏହି ଦିନ ବନ୍ଦ ରହିବ ।

୨୪ ଅପ୍ରେଲ : ଏହି ଦିନ ମାସର ଚତୁର୍ଥ ଶନିବାର ହୋଇଥିବାରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।

୨୫ ଅପ୍ରେଲ : ରବିବାର ହେତୁ ଏହି ଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *