ଆଉଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲି : ଛାତିରେ ଯନ୍ତ୍ରଣା …

ପୁଣିଥରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି । ଆଉଥରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କୋଲକାତା ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ମଧ୍ୟାହ୍ନରେ ଏ ଘଟଣା ଘଟିଥିଲା ।

ତେବେ ଏହା ପୂର୍ବରୁ ଜାନୁୟାରୀ ୨ ତାରିଖ ଦିନ ମଧ୍ୟ ଛାତିରେ ସାମାନ୍ୟ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏମିତିକି ତାଙ୍କର ଆଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା । ସେଥର ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବେଳେ ଜାନୁୟାରୀ ୭ ତାରିଖ ଦିନ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ସୂଚନା ଅନୁସାରେ ସେବେଠାରୁ ଗାଙ୍ଗୁଲି ଘରେ ରହି ଚିକିତ୍ସିତ ହେଉଥିଲେ । ଆଞ୍ଜିଓପ୍ଲାଷ୍ଟି ପରୀକ୍ଷା ପରେ ତାଙ୍କ ହାର୍ଟରେ ୩ ଟି ବ୍ଲକେଜ ଥିବା ଜଣାପଡ଼ିଥିଲା । ତେବେ ଗୋଟିଏ ବ୍ଲକେଜ ୯୦ ପ୍ରତିଶତ ଥିବାରୁ ଏଥିରେ ଷ୍ଟେନ ଲଗାଯାଇଥିଲା । ସେହିପରି ଆଉ ଦୁଇଟି ବ୍ଲକେଜର ଚିକିତ୍ସା ପରବର୍ତ୍ତୀ ସମୟରେ କରାଯିବ ବୋଲି ମଧ୍ୟ ଡାକ୍ତୀରମାନେ କହିଥିଲେ ।

Leave a Reply

Your email address will not be published. Required fields are marked *