ଗୁଆଘିଅ ଖାଇବା ଦ୍ୱାରା ବିନାଶ ହୁଏ ଏହି ସବୁ ରୋଗ , ପଢ଼ନ୍ତୁ ରିପୋର୍ଟ

ସଂସ୍କାର : ଦେଶୀଘିଅ ବା ଗୁଆଘିଅ ଆମ ନିତିଦିନିଆ ଖାଦ୍ୟରେ ମିଶାଇଲେ ଅନେକ ଫାଇଦା ମିଳିଥାଏ। ଏହା ମାଧ୍ୟମରେ ଆମର ଅନେକ ସ୍ୱାସ୍ଥ୍ୟ ସମସ୍ୟା ସମୂଳେ ବିନାଶ ପାଇଥାଏ। ସ୍ୱାସ୍ଥ୍ୟ ପାଇଁ ଅତି ଉପକାରୀ ଦେଶୀ ଗାଈର ଘିଅ ଗୁଆଘିଅ।

ତେବେ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପାନୀୟର ଅଭାବ କାରଣରୁ ଡାଇବେଟିସ ରୋଗ ଲୋକଙ୍କ ପାଇଁ ଏକ ସାଧାରଣ ରୋଗ ପାଲଟିଗଲାଣି। ତେଣୁ ଡାଇବେଟିସ ରୋଗୀରେ ପୀଡିତ ଥିବା ରୋଗୀ ବିଶେଷ ଭାବେ ନିଜର ଖାଦ୍ୟପାନୀୟ ଉପରେ ଧ୍ୟାନ ଦେବା ଜରୁରୀ। ଡାଇବେଟସ ରୋଗୀଙ୍କୁ ହୃଦରୋଗ ଆଶଙ୍କା ଅଧିକ ରହିଥାଏ। ତେଣୁ ଯଦି ଡାଇବେଟିସ ରୋଗୀ ନିଜର ନିତିଦିନିଆ ଖାଦ୍ୟପେୟରେ ଗୁଆଘିଅ ଖାଇବେ ତେବେ ରୋଗର ମାତ୍ରା କରିବାର ଶତପ୍ରତିଶତ ଆଶା କରାଯାଏ।

ଗୁଆଘିଅ ଅନେକ ପ୍ରକାର ରୋଗ ଦୂର କରିବାରେ ସହାୟକ ହୋଇଥାଏ। ଆପଣଙ୍କୁ ଥଣ୍ଡା ହୋଇଥିଲେ ବି ଗୁଆଘିଅ ଔଷଧ ରୂପରେ କାମ କରିବ। ଘିଅରେ ଲିନୋଲେଇକ ଏସିଡ଼ ରହିଥାଏ । ଯାହା ନିତିଦିନିଆ ଖାଦ୍ୟରେ ସାମିଲ କରିବା ଦ୍ୱାରା ହୃଦରୋଗ ହେବା ଆଶଙ୍କା ଦୂର ହୋଇଥାଏ । ଗୁଆ ଘିଅରେ ଥିବା ଫେଟି ଏସିଡ଼ ମେଟାବୋଲିଜମରେ ସାହାଯ୍ୟ କରିଥାଏ । ଦେଶୀ ଘିଅକୁ ଭାତ ସହ ଖାଇବା ଦ୍ୱାରା ଭାତରେ ଥିବା ମିଠାର ପରିମାଣ କମ କରିବାରେ ସାହାଯ୍ୟ କରିଥାଏ । ଦେଶୀ ଘିଅର ଠିକ ଭାବରେ ସେବନ କରିବା ଦ୍ୱାରା ଶରୀରରେ ଥିବା ଅତ୍ୟଧିକ ଚର୍ବି କମ ହୋଇଥାଏ । ଯାହା ଦ୍ୱାରା ଶରୀରର ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।

Leave a Reply

Your email address will not be published. Required fields are marked *