କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ଦିନ କୁ ଦିନ ବଢ଼ିବାରେ ଲାଗିଛି, ଶନିବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୦ ହଜାର ୯୧୬କୁ ବୃଦ୍ଧି ପାଇଛି। ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ ୨୨ ହଜାର ୧୨୩ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ୨୪ ଘଣ୍ଟା ମଧ୍ୟରେ ୨୭, ୧୧୪ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫୧୯ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି।
ନିକଟରେ ବେଙ୍ଗଲି ଅଭିନେତ୍ରୀ କୋଏଲ ମଲ୍ଲିକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନମୂନା ପରୀକ୍ଷା ରିପୋର୍ଟ ଆସିଛି। ରିପୋର୍ଟ ରେ ସେମାନେ କରୋନା ପଜିଟିଭ ଜଣାପଡିଛି,ଏ ନେଇ ବେଙ୍ଗଲି ଅଭିନେତ୍ରୀ କୋଏଲ ମଲ୍ଲିକ ନିଜେ ଟ୍ୱିଟରରେ ସୂଚନା ଦେଇଛନ୍ତି ।
ଅଭିନେତ୍ରୀ କୋଏଲ ମଲ୍ଲିକ ଏହା ମଧ୍ୟ ଟ୍ୱିଟ କରି କହିଛନ୍ତି ଯେ, ତାଙ୍କ ପରିବାର ସମସ୍ତ ସଦସ୍ୟ ବାବା, ମାଆ, ସ୍ୱାମୀ ନିସିପାଲ ସିଂ ରାଣେ ଓ ସେ ନିଜେ କରୋନା ଆକ୍ରାନ୍ତ ର ଶିକାର ହୋଇଛନ୍ତି ଏବଂ ରିପୋର୍ଟ ଆସିବା ପରେ ହୋମ କ୍ଵରାଣ୍ଟିଂନ ରେ ରହିଛନ୍ତି ।