ସଂସ୍କାର : ରାଜଧାନୀର ଭରତପୁର ଅଞ୍ଚଳରେ ନବଦମ୍ପତିଙ୍କର ଚାଲିଛି ହାଇଡ୍ରାମା। ଗୋଟିଏ ପଟେ ସ୍ୱାମୀ କହୁଛି ମୋ ସ୍ତ୍ରୀ ମନ୍ଦିରରେ ମୋତେ ଚପୁଡା ମାରି ତାର ପ୍ରେମିକ ସଂଗେ ଫେରାର୍ ହୋଇଛି। ଆଉ ଚଉଠି ରାତିରେ ପ୍ରେମିକ ସହିତ ନ୍ୟୁଡ଼ କଲରେ କଥା ହେଉଥିଲା। ଅନ୍ୟପଟେ ପତ୍ନୀ କହୁଛି ମୋ ସ୍ୱାମୀ ଜଣେ ଓଲା। ନ୍ୟୁଡ଼ କଲ କଥା ମିଛ ଥିବା ବେଳେ ରାତିରେ ଯୌତୁକ ନିର୍ଯ୍ୟାତନା ଦେଇଥିବାରୁ ମୁଁ ଆମ ଘରକୁ ପଳାଇ ଆସିଛି।
ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ପତ୍ନୀ ଫେରାର ଘଟଣାରେ ନୂଆ ମୋଡ଼। ସୋମବାର ସ୍ୱାମୀଙ୍କ ବୟାନକୁ କାଉଣ୍ଟର କରିଛନ୍ତି ନବବଧୁ ନନ୍ଦିନୀ। ସେ ତାଙ୍କ ବୟାନରେ ଗଣମାଧ୍ୟମକୁ କହିଛନ୍ତି ଯେ,”ମୋ ସ୍ୱାମୀ ଜଣେ ଓଲା । ତାଙ୍କ ମା ଙ୍କ କଥାରେ ସେ ଉଠବସ ହେଉଛନ୍ତି । ମୁଁ କୌଣସି ନ୍ୟୁଡ଼ କଲ କରିନି, ଯଦି ପ୍ରମାଣ ଅଛି ତେବେ ମୋ ସ୍ୱାମୀ ସାମ୍ନାକୁ ଆଣନ୍ତୁ । ସେଦିନ ରାତିରେ ସେ ମୋ ପାଖରେ ଥିଲେ, ରାତି ସାରା ମୋ ସହ କଥା ହେଉଥିଲେ । ମୋ ସ୍ୱାମୀ ମୋତେ ବ୍ଲେମ କରୁଛନ୍ତି , ସେ ଆଉ ତାଙ୍କ ମାଆ ମିଶି ମୋ ସହିତ ଚାଲ ଖେଳୁଛନ୍ତି।ସେଦିନ ରାତିରେ ମୋତେ ଯୌତୁକ ମାଗି ନିର୍ଯ୍ୟାତନା ଦେଇଥିଲେ। ଖାଲି ସେତିକି ନୁହେଁ ରାତିରେ ମୋତେ ଟର୍ଚ୍ଚର କରିଛନ୍ତି । ପରଦିନ ଆମେ ମିସିକି ମନ୍ଦିର ଯାଇଥିଲୁ । ଲୋକଙ୍କ ଆଗରେ ମୋତେ ବେଜିତ କରିବାରୁ ମୁଁ ତାଙ୍କୁ ଦୁଇ ଚାପୁଡ଼ା ମାରିଥିଲି।
ଅନ୍ୟପଟେ ସୋମବାର ଅଭିଯୋଗକାରୀ ସ୍ୱାମୀ ବଳରାମ ସାହୁ କହିଥିଲେ, “ବିବାହ ପରେ ରାତିରେ ମୋ ସ୍ତ୍ରୀ ନ୍ୟୁଡ଼ କଲରେ ବ୍ୟସ୍ତ ଥିଲେ । ନିଜ ଭିଣୋଇ ସହ ସେ ଉଲଗ୍ନ ହୋଇ ଭିଡ଼ିଓ କଲରେ କଥା ହେଉଥିଲେ । ମୁଁ ପଚାରିବାରୁ ସେ ଏପରି ଭୁଲ ଆଉ ନକରିବାକୁ କହିଥିଲେ। ତା ପରଦିନ ମନ୍ଦିର ଯିବା ବାହାନାରେ ଘରୁ ସୁନା ମୁଦି, ଚେନ ଓ ପ୍ରାୟ ଦେଢ଼ଲକ୍ଷ ଟଙ୍କା ନେଇ ଛୁ ମାରିଥିଲେ । ଗଲା ବେଳେ କିଛି ଲୋକ ମୋତେ ମାଡ଼ ମାରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ।”
ତେବେ ଘଟଣାର ତଦନ୍ତ ଭରତପୁର ପୋଲିସ ଜାରି ରଖିଛି। ଏହି ପାରିବାରିକ କଳହର ବାସ୍ତବ ଚିତ୍ର ଦିନକୁ ଦିନ ନୂଆ ମୋଡ଼ ନେଉଛି। ଅନ୍ୟପଟେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ” ଭରତପୁର ଅଞ୍ଚଳରେ ଏହି ଘଟଣାକୁ ନେଇ ଏକ ମାମଲା ଭରତପୁର ଥାନାରେ ରୁଜୁ ହୋଇଛି । ଉଭୟ ବର ଓ କନ୍ୟାପକ୍ଷ ଲୋକଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି। ପ୍ରକୃତ ସତକଥା କଣ ଅତିଶୀଘ୍ର ସାମ୍ନାକୁ ଆସିବ”।