ଭଗବାନଙ୍କ ଦୟାରୁ ମୋ ପାଖରେ କିଛି ଅଛି ଯାହା ମୁଁ ଦେଖେଇ ପାରୁଛି : ବିଦୁସ୍ମିତା

ସଂସ୍କାର : ଓଲିଉଡ୍ ଅଭିନେତ୍ରୀ ବିଦୁସ୍ମିତାଙ୍କୁ କନ୍ଟ୍ରୋଭର୍ଶି କୁଇନ୍ ରୂପେ ସମସ୍ତେ ଜାଣିଛନ୍ତି। ଯେପରି ବଲିଉଡରେ କଂଗନାଙ୍କୁ କନ୍ଟ୍ରୋଭର୍ଶି କୁଇନ କୁହାଯାଏ , ଠିକ୍ ସେହିପରି ଓଲିଉଡରେ ବି ବିଦୁସ୍ମିତାଙ୍କୁ କନ୍ଟ୍ରୋଭର୍ଶି କୁଇନ୍ ର ଆଖ୍ୟା ମିଳିଛି।

ସେ ଅନେକ ଆଲବମ କରିବା ସହ ଅନେକ ସିରିଏଲ୍ ଓ ଫିଲ୍ମ୍ ରେ ମଧ୍ୟ ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ ତାଙ୍କ ରୋକ୍ ଠୋକ୍ କଥା ପାଇଁ ମଧ୍ୟ ବେଶ ପରିଚିତ ଅଟନ୍ତି। ନିଜର ରୋକଠୋକ କଥା ପାଇଁ ତାଙ୍କୁ କନ୍ଟ୍ରୋଭର୍ଶି କ୍ୱିନ କୁହାଯାଏ। ନିକଟରେ ରାଜ୍ୟର ଗୋଟିଏ ଗଣମାଧ୍ୟମ ତାଙ୍କ ସହ ଏକ ସାକ୍ଷାତକାର କରିଥିଲା। ଆଉ ସେ ସମ୍ପର୍କ ରେ ଆମେ ଏଠାରେ ଉଲେଖ୍ୟ କରିଛୁ।

ତାଙ୍କୁ ତାଙ୍କ ଜୀବନରେ ଅନେକ ବଡ଼ ବଡ ସ୍ଵପ୍ନ ଦେଖିବା ପାଇଁ ଖୁବ୍ ପସନ୍ଦ ଲାଗେ ବୋଲି ସେ କହିଛନ୍ତି। ପ୍ରତ୍ୟେକ ଦିନର ଆରମ୍ଭରୁ ସେ ଦିନ ସାରା କଣ କରିବେ, ତାହା ବିଷୟରେ ସେ ଚିନ୍ତା କରିଥାଆନ୍ତି। ପ୍ରତ୍ୟେକ ଥର ମଧ୍ଯ ତାଙ୍କୁ ନୂଆ ନୂଆ ଭୂମିକାରେ ଅଭିନୟ କରିବା ପାଇଁ ଭଲ ଲାଗିଥାଏ। ସେ କହିଛନ୍ତି କି ତାଙ୍କୁ କନ୍ଟ୍ରୋଭର୍ଶି କ୍ୱିନ ମିଡିଆ ବାଲା ହିଁ କରିଛନ୍ତି।

ସେ ସବୁ ବେଳେ ଭାବିଥାନ୍ତି କି ସବୁ ବେଳେ ଜଣକୁ ଭଲ ଶୁଣିବା ଅପେକ୍ଷା, ମନ୍ଦ ମଧ୍ଯ ଶୁଣିବା ଜରୁରୀ ଅଟେ। କାରଣ ଆମ ଜୀବନ ଦୁଃଖ ଓ ସୁଖ ପରିପୂର୍ଣ୍ଣ ଥାଏ। ସେ ସବୁ ବେଳେ ତାଙ୍କ ଜୀବନରେ ଫାଇଟିଂ କରିବାକୁ ଚାହିଁ ଥାଆନ୍ତି। ସେ ତାଙ୍କ କଥା ସବୁ ମୁହେଁ ମୁହେଁ କହୁଥିବା ରୁ ତାହା ତାଙ୍କର ଏକ ଭଲ ଗୁଣ ବୋଲି କହିଛନ୍ତି। ସେ ଯେଉଁ ସମୟରେ କାମ କରୁଥିଲେ ସେହି ସମୟରେ ଭଲ ଭଲ ଡାଇରେକ୍ଟର ମଧ୍ୟ ଥିଲେ।

ସେଥି ପାଇଁ ତାଙ୍କୁ କୌଣସି କଷ୍ଟିଂ କାଉଚ ର ଶିକାର ହେବା ପାଇଁ ପଡ଼ିନି ଏବଂ ତାଙ୍କ ଡ୍ରେସିଂ ଷ୍ଟାଇଲ କୁ ନେଇ ପ୍ରାୟ ସମୟରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥାଏ। ଯାହାର ଉତ୍ତର ଦେଇ ସେ କହିଥିଲେ କି ସେ ଯେଉଁ ଡ୍ରେସ୍ ପିନ୍ଧନ୍ତି ସେଥି ପାଇଁ ତାଙ୍କ ଘର ଲୋକ ତାଙ୍କୁ କିଛି କୁହନ୍ତି ନାହିଁ।

ତାଙ୍କୁ ମଧ୍ଯ ଏଭଳି ଲାଗେ ନାହିଁ କି ସେ କୌଣସି ପ୍ରକାରର ଖରାପ୍ ପୋଷାକ ପିନ୍ଧୁଛନ୍ତି। ଏହାକହି ସେ କହିଥିଲେ ବୋଧ ହୁଏ ତାଙ୍କ ପାଖରେ ଯାହା ଅଛି ସେ ଦେଖେଇ ପାରୁଛନ୍ତି ତାହା ଅନ୍ୟ ଜଣକ ପାଖରେ ନାହିଁ ସେଥିପାଇଁ ତାଙ୍କୁ ଏଭଳି କହିଛନ୍ତି।

Leave a Reply

Your email address will not be published. Required fields are marked *