ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ କିଛି ସମୟ ପାଇଁ ଭଲ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ପରେ ସେ ଇଂଲଣ୍ଡ ବିପକ୍ଷରେ ଚମତ୍କାର ବ୍ୟାଟିଂ କରିଥିବା ବେଳେ ସେ କାହିଁକି ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ ତାହା ବର୍ତମାନ ପ୍ରମାଣ କରି ଦେଇଛନ୍ତି । ତାଙ୍କର ଉତ୍କୃଷ୍ଟ ବ୍ୟାଟିଂ ଆଧାରରେ ସେ ସମସ୍ତଙ୍କ ପ୍ରଶଂସାର ପତ୍ର ହୋଇଛନ୍ତି।ପାକିସ୍ତାନର ପୂର୍ବତନ ଅଧିନାୟକ ଇନଜାମାମ-ଉଲ-ହକ ମଧ୍ୟ ପନ୍ତଙ୍କ ବଡ ପ୍ରଶଂସକ ହୋଇ ଯାଇଛନ୍ତି।

ଇନଜାମାମ-ଉଲ-ହକ ନିକଟରେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ODI ବିଷୟରେ କହିଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଭାରତ ଇଂଲଣ୍ଡକୁ ଦେଇଥିବା ବଡ ଲକ୍ଷ୍ୟରେ ପନ୍ତଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଗାମୀ ସମୟରେ ସେ ନିଜକୁ ଶ୍ରେଷ୍ଠ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ବୋଲି ପ୍ରମାଣ କରିପାରନ୍ତି।
ପନ୍ତଙ୍କୁ ଇନଜାମାମ ପ୍ରଶଂସା କରି କହିଲେ ଏଭଳି-

ଇନଜାମ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ‘ଭାରତୀୟ ଦଳର ଲୋୟର ଅର୍ଡର ବ୍ୟାଟିଂରେ ଋଷବ ପନ୍ତଙ୍କ ଯୋଗୁଁ ଶକ୍ତିଶାଳୀ ହୋଇପାରିଛି। ଗତ ମ୍ୟାଚ ରେ ସେ 40 ବଲରୁ 77 ରନ୍ ସଂଗ୍ରହ କରିଥିଲେ। ଏହି କାରଣରୁ ଭାରତୀୟ ଦଳର ରନରେଟ୍ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା | ମୁଁ ତାଙ୍କୁ ଗତ -7 ମାସ ଧରି ତାଙ୍କୁ ଅନୁସରଣ କରିଆସୁଛି ଏବଂ ସେ ସ୍କୋର କରୁଛନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ ଆହୁରି ମଧ୍ୟ କହିଛନ୍ତି ଯେ ସେ କିପରି ଭାବରେ ବିନା କୌଣସି ପ୍ରେସର ରେ ଖେଳନ୍ତି ଏବଂ ତାଙ୍କ ବେଟିଂ ଶୈଳୀ ମଧ୍ୟ ଖୁବ ରୋମାଞ୍ଚକର, ମୁଁ ଦେଖିଛି ଗତ 30-35 ବର୍ଷ ମଧ୍ୟରେ କେବଳ ଦୁଇଜଣ ୱିକେଟ୍ କିପର ମହେନ୍ଦ୍ର ସିଂ ଧୋନି ଏବଂ ଆଦାମ ଗିଲକ୍ରିଷ୍ଟ । ଏମାନେ ଦୁଇଜଣ ୱିକେଟ୍ କିପର ଥିଲେ ଯେଉଁମାନେ ମ୍ୟାଚ୍ ବଦଳାଇ ପାରନ୍ତି। କିନ୍ତୁ ବର୍ତମାନ ପନ୍ତ ଯେଉଁ ପ୍ରକାରର ପ୍ରଦର୍ଶନ କରୁଛନ୍ତି, ଯଦି ସେ ଏହି ଶୈଳୀ ଖେଳିବା ଜାରି ରଖନ୍ତି, ତେବେ ସେ ଦୁହିଁଙ୍କୁ ଆରାମରେ ପଛରେ ପକାଇ ଦେବେ।