ବିବାଦୀୟ ରାଣୀ ‘ରାକ୍ଷୀ ସାୱନ୍ତ’ ପୁଣିଥରେ ଚର୍ଚ୍ଚାରେ : ନିଜ ସ୍ୱାମୀଙ୍କୁ ଧମକ ଦେଇ କହିଛନ୍ତି, ଏବେ ସମସ୍ତଙ୍କ ସାମ୍ନାକୁ ଆସିବ …

ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତ ବିଗ୍ ବସ୍ ଘରେ ଆତଙ୍କ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି । ସପ୍ତାହ ଶେଷରେ ସଲମାନ ଖାନ ତାଙ୍କୁ ପରିଚିତ କରେଇଛନ୍ତି । ବିଗ୍ ବସ୍ ଘରେ ସେ ଶୀଘ୍ର ପ୍ରବେଶ କରିବେ । ଘରେ ପ୍ରବେଶ କରିବା ପୂର୍ବରୁ କିନ୍ତୁ ରାକ୍ଷୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ସ୍ପଷ୍ଟୋକ୍ତି ବାଢିଥିଲେ ।

ରାକ୍ଷୀଙ୍କ ବିବାହ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଥିବାବେଳେ ଏପର୍ଯ୍ୟନ୍ତ ସେ ତାଙ୍କ ସ୍ୱାମୀଙ୍କୁ ସର୍ବସାଧାରଣକୁ ଆଣି ନାହାନ୍ତି । କିନ୍ତୁ ଅନୁମାନ କରାଯାଉଛି ଯେ ବର୍ତ୍ତମାନ ରାକ୍ଷୀ ବିଗ୍ ବସ୍ କୁ ଯିବା ସହିତ ନିଜ ନିଷ୍ପତ୍ତି ବଦଳାଇ ଦେଇଛନ୍ତି । ନିଜ ସ୍ୱାମୀଙ୍କ ପରିଚୟ ସମସ୍ତଙ୍କୁ ଜଣେଇବାକୁ ସେ ଏବେ ମନ ସ୍ଥିର କରିଛନ୍ତି । ତାଙ୍କ ପ୍ରଶଂସକମାନେ ଅନେକ ଦିନ ଧରି ଏନେଇ ତାଙ୍କୁ ଅନୁରୋଧ କରିଆସୁଥିଲେ ।

ETimes କୁ ଏକ ବିବୃତ୍ତି ଦେଇ ରାକ୍ଷୀ କହିଛନ୍ତି ଯେ ‘ମୁଁ ଜାଣେ ଯେ ଏହା ଏବେ ଅପେକ୍ଷା କରିବାର ସୀମା ପାର ହେଇସାରିଲାଣି । ବିଶେଷକରି ମୋ ପ୍ରଶଂସକମାନେ ବର୍ତ୍ତମାନ ମୋ ସ୍ଵାମୀଙ୍କ ପରିଚୟ ପାଇବାକୁ ଅତିଶୟ ବ୍ୟଗ୍ର ଓ ତାଙ୍କୁ ସମସ୍ତେ ଦେଖିବାକୁ ଚାହୁଁଛନ୍ତି । ଯେବେଠାରୁ ମୁଁ ବିବାହ କଲିଣି ସେବେଠାରୁ ସେମାନେ ଏନେଇ ଦାବି କରିଆସୁଛନ୍ତି ।

ରାକ୍ଷୀ ଆହୁରି ବି କହିଛନ୍ତି ଯେ ବର୍ତ୍ତମାନ ଯେତେବେଳେ ମୁଁ ବିଗ୍ ବସ୍ ଘରେ ପ୍ରବେଶ କରିବାକୁ ଯାଉଛି, ମୁଁ ତାଙ୍କୁ ସମସ୍ତଙ୍କ ସାମ୍ନାରେ ପରିଚିତ କରେଇବାକୁ ଚାହୁଁଛି । ବାସ୍ତବରେ ମୁଁ ତାଙ୍କୁ ଧମକ ମଧ୍ୟ ଦେଇ ଦେଇଛି ଯେ ବର୍ତ୍ତମାନ ତାଙ୍କୁ ସମସ୍ତଙ୍କ ଆଗକୁ ଆସିବାକୁ ହିଁ ପଡ଼ିବ । ଯଦି ସଲମାନ ସାର୍ ମୋତେ କୁହନ୍ତି ଯେ ସେ ସ୍ୱାମୀଙ୍କୁ ଭେଟିବାକୁ ଚାହୁଁଛନ୍ତି, ତେବେ ?

ଆଗକୁ ରାକ୍ଷୀ କହିଛନ୍ତି ଯେ ଅନେକ କଠିନ ପରିସ୍ଥିତି ଦେଇ ମୁଁ ବିବାହ କରିଥିଲି ଏବଂ ଆମେ ଏହା ଘୋଷଣା କରିପାରିଲୁ ନାହିଁ । ଆମ ବିବାହ ପ୍ରେମ ସହିତ ଏକ ବ୍ୟବସ୍ଥିତ ବିବାହ ଥିଲା । ସେ ବ୍ରିଟେନର ଜଣେ ବ୍ୟବସାୟୀ । ମୁଁ ଶୀଘ୍ର ସମସ୍ତ ବିବରଣୀ ସର୍ବସାଧାରଣରେ ଆଣିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *