ସଂସ୍କାର : ବିହାରରେ ଚୋରମାନଙ୍କର ଗୋଟିଏ ଏଭଳି କାଣ୍ଡ ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ରୋହତାସରେ ଲୁହାର ୫୦୦ ଟନ୍ ର ଲୁହା ପୋଲ ଚୋରି କରିବା ପରେ ଚୋର ମାନେ ଅନ୍ୟ ଗୋଟିଏ ଘଟଣା ଘଟାଇଛନ୍ତି। ଚୋରମାନେ ସୁଡ଼ଙ୍ଗ ତିଆରି କରି ଗୋଟିଏ ଟ୍ରେନକୁ ଗାୟବ କରି ଦେଇଛନ୍ତି। ପୋଲିସର ସୂଚନା ଅନୁସାରେ ମୂଜାଫରପୁରରେ ଗୋଟିଏ କବାଡ଼ିଆ ଦୋକାନରୁ ଏହି ଟ୍ରେନର ସମସ୍ତ ପାର୍ଟ ମିଳିଥିଲା ।
ପୋଲିସ ର ସୂଚନା ଅନୁସାରେ ଗତ ସପ୍ତାହରେ ବେଗୁସରାୟ ଜିଲ୍ଲାର ବରାଉନି ସ୍ଥିତ ଗରା ହାରା ୟାର୍ଡ ରେ ରିପେରିଙ୍ଗ ପାଇଁ ଆସିଥିବା ଗୋଟିଏ ରେଳ ର ଡିଜେଲ୍ ଇଞ୍ଜନ କୁ ଗୋଟିଏ ଚୋର ଦଳ ଚୋରି କରି ନେଇଥିଲେ । ଏହି ଚୋର ଦଳ ପ୍ରଥମ ଥର ଅଳ୍ପ କିଛି ଚୋରି କରି ତାହାକୁ ହାସଲ କରିଥିଲେ।
ଏହି ଘଟଣା ସେତେବେଳେ ସାମ୍ନା କୁ ଆସିଲା ଯେତେବେଳେ ପୋଲିସ ୩ଜଣ ଙ୍କୁ ଗିରଫ କରି ଥିଲା । ଚୋରଙ୍କ ତଥ୍ୟ ଆଧାରରେ ପୋଲିସ ମୂଜାଫରପୁରର ଗୋଟିଏ କାବଡିଆ ଦୋକାନରୁ ଚୋରି ହୋଇଥିବା ଇଞ୍ଜନ୍ ର ପାର୍ଟ୍ ୧୩ ଟି ବସ୍ତା ପୋଲିସ ଜବତ କରିଛି ।ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଅନୁସାରେ ” ଆଶ୍ଚର୍ଯ୍ୟର କଥା ହେଲା ଆମେ ରେଳ ୟାର୍ଡ୍ ନିକଟରେ ଗୋଟିଏ ସୁଡ଼ଙ୍ଗ ପାଇଥିଲୁ । ଯେଉଁ ସୁଡ଼ଙ୍ଗ ଦେଇ ପ୍ରତିଦିନ ଚୋର ମାନେ ଆସୁଥିଲେ ଓ କିଛି କିଛି ଜିନିଷ ଚୋରି କରି ନେଇ ଯାଇଥିଲେ । ଯେଉଁ ବିଷୟରେ ପୋଲିସ ଅଧିକାରୀ ଆଜ୍ଞ ଥିଲେ ।
କିଛିଦିନ ପୂର୍ବରୁ ପୁର୍ଣିଆ ଜିଲ୍ଲାରେ କିଛି ଚୋର ଗୋଟିଏ ୱିନ୍ଟେଜ ମିଟର ଗେଜ୍ ଷ୍ଟିମ୍ ଇଞ୍ଜାନ ରେଳ ଇଞ୍ଜନ କୁ ବିକ୍ରି କରିଦେଲେ । ଯାହାକୁ ସାର୍ବଜନୀକ ପ୍ରଦର୍ଶନ ପାଇଁ ରେଳ ଷ୍ଟେସନରେ ପ୍ରଦର୍ଶନ କରାଯାଉଥିଲା । ଯାଞ୍ଚ୍ ସମୟରେ ଜଣା ପଡ଼ିଲା ଯେ ଜଣେ ରେଳବାଇ ଇଞ୍ଜିନିୟର ସମସ୍ତିପୁର ଡିଭିଜନ ର ଜିଭିଜନଲ ଇଞ୍ଜିନିୟର ଙ୍କ ପକ୍ଷରୁ ଜାରି ହୋଇଥିବା ଗୋଟିଏ ଜାଲି ପତ୍ର ଆଧାରରେ ଗୋଟିଏ କ୍ଲାସିକ୍ ଷ୍ଟିମ ଇଂଜିନ କୁ ବିକ୍ରି କରି ଦିଆଯାଇଥିଲା ।