ସଂସ୍କାର : ରାଜ୍ୟରେ ମାତିଛନ୍ତି ବାଇକ୍ ଚୋର। ଆଉ ଏହି ବାଇକ୍ ଚୋରମାନଙ୍କୁ ଧରିବା ପାଇଁ ଓଡିଶା ପୋଲିସ୍ ମଧ୍ୟ ବେଶ୍ ପ୍ରସ୍ତୁତ ହୋଇ ରହିଛି। ନିକଟରେ ରାଜ୍ୟର ଏକ ବଡ଼ ବାଇକ୍ ଚୋରି କରୁଥିବା ରାର୍କେଟ ଧରିଛି ପୋଲିସ୍। ଏହି ରାର୍କେଟରେ ପ୍ରାୟ ୫ ଜଣ ବ୍ୟକ୍ତି ସମ୍ପୃକ୍ତ ଥିଲେ। ଏକ ବାଇକ ଚୋରି ରାର୍କେଟର ପର୍ଦ୍ଦାଫାଶ କରିଛି ଖୁଣ୍ଟା ପୋଲିସ୍ । ୪ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୮ ଟି ବାଇକ୍ ଜବତ କରିଛି। ସେହିଭଳି ଏହି ଲୁଟେରାମାନଙ୍କର ଅନ୍ୟଜଣେ ସାଙ୍ଗକୁ ଖୋଜୁଛି ପୋଲିସ୍।
ଦୀର୍ଘ ଦିନରୁ କପ୍ତିପଦା ଉପଖଣ୍ଡର ବିଭିନ୍ନ ଥାନାରେ ବାଇକ୍ ଚୋରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସିଥିଲା । ଦୀର୍ଘ ୫ ଦିନ ଧରି ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ଖୁଂଟା ପୋଲିସ୍ ଏକ ବାଇକ୍ ଚୋରି ରାର୍କେଟର ପର୍ଦ୍ଦାଫାଶ କରିଛି। ଏଥିସହ ୪ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିଛି । ବାଇକ ଲୁଟେରାମାନଙ୍କ ମଧ୍ୟରୁ ଦୁଇ ଜଣ ନୀଳଗିରି ଥାନା ପୁନ୍ଦାଳ ଅଂଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଉଦଳା ଥାନା ବହୁବନ୍ଧ ଅଂଚଳର । ଗିରଫ ବାଇକ୍ ଲୁଟେରାଙ୍କ ନିକଟରୁ ୨୮ ଟି ଚୋରା ବାଇକ୍ ଜବତ ହୋଇଛି । ସେଗୁଡିକ ମଧ୍ୟରେ ୪ ଟି ସ୍କୁଟି, ଗୋଟିଏ ବୁଲେଟ ଏବଂ ୨୩ ଟି ବାଇକ୍ ରହିଛି । ଖୁବଶୀଘ୍ର ଏହି ଲୁଟେରା ଗ୍ୟାଙ୍ଗରେ ଆଉ କେତେ ଜଣ ସଂପୃକ୍ତ ଅଛି ଏବଂ ଆଉ କେତେ ବାଇକ୍ ଲୁଟ କରିଛି ତାହାର ତଦନ୍ତ କରୁଛି ଖୁଂଟା ପୋଲିସ୍ ।
ତେବେ ଏହି ଘଟଣାରେ ପୋଲିସ୍ କହିଛି ଯେ, ଏହି ଗ୍ୟାଙ୍ଗ ପାଖାପାଖି ୨୦୦ ଟି ବାଇକ୍ ଏଯାବତ୍ ଚୋରି କରିଛନ୍ତି। ଆଉ ସେଗୁଡିକ ବିକ୍ରି କରିଦେଇ ମୋଟା ଅଙ୍କର ଟଙ୍କା ଲାଭ କରିଛନ୍ତି। ତେବେ ଏମାନଙ୍କର ଚେର କେଉଁ କେଉଁ ଦିଗକୁ ଲମ୍ବିଛି ତାହା ତଦନ୍ତ କରୁଛି ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।