ମହିଳା କମିଶନର ଦ୍ଵାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ : ସାଂସଦ ଅନୁଭବଙ୍କ ବାପାମା’ଙ୍କ ସମେତ ତାଙ୍କୁ ହାଜର ହେବାକୁ ନୋଟିସ

ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ପୁଣିଥରେ ଅଭିଯୋଗ ଆଣି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପହଞ୍ଚିଲେ ମହିଳା କମିଶନରେ । ପୁରୀଘାଟ ଥାନାରେ ଆଉଥରେ ଏତଲା ଦେଲେ ବିଜେଡ଼ି ସାଂସଦ ଅନୁଭବ ତଥା ତାଙ୍କ ଶାଶୂ ଶ୍ଵଶୁରଙ୍କ ବିରୋଧରେ । ବର୍ଷାଙ୍କ ଅଭିଯୋଗ ଅନୁଯାୟୀ ସେ ରହୁଥିବା ରୁମରେ ଏସି ଏବଂ ଟେଲିଭିଜନର ବିଦ୍ୟୁତ ସଂଯୋଗ ଜାଣିଶୁଣି କାଟି ଦିଆଯାଇଛି ।  

ଶାଶୂଘର ଲୋକେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜାଣିଶୁଣି ହଇରାଣ କରୁଛନ୍ତି ବୋଲି ସେ ନିଜ ଅଭିଯୋଗରେ ବ୍ୟକ୍ତ କରିଛନ୍ତି । ତାଙ୍କ ଅଭିଯୋଗକୁ ଭିତ୍ତି କରି କମିଶନ ଅନୁଭବଙ୍କ ସମେତ ତାଙ୍କ ବାପାମା’ଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ନୋଟିସ୍‌ ମୁତାବକ ବର୍ଷା ଏବଂ ଅନୁଭବ ମହିଳା କମିଶନଙ୍କ ଅଫିସରେ ହାଜର ହୋଇଥିଲେ । ତେବେ ତାଙ୍କ ପାରିବାରିକ କଳହ ଦିନକୁ ଦିନ ଲମ୍ବା ହେବାରେ ଲାଗିଛି । ସୂଚନାଥାଉ ଯେ କିଛି ମାସ ତଳେ ଏକ ସାଂଘାତିକ ଅଭିଯୋଗ ଆଣି କଟକ ଏସ୍‌ଡିଜେଏମ୍ କୋର୍ଟର ଆଶ୍ରୟ ନେଇଥିଲେ ପତ୍ନୀ ବର୍ଷା । ସେପଟେ ସ୍ଵାମୀ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟରେ ବର୍ଷାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏ ଦୁଇ ଘଟଣାକୁ ଚାରିଆଡ଼େ ଖୁବ ଚର୍ଚ୍ଚା ହୋଇଥିଲା ।

Leave a Reply

Your email address will not be published. Required fields are marked *